ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମିଶନ ଶକ୍ତି ବଜାରର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମିଶନ ଶକ୍ତି ମା ମାନଙ୍କୁ ଭେଟି ରୂପେ ବଡ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଣିକି ବିନା ସୁଧରେ ମିଳିବ ଋଣ । ବିନା ସୁଧରେ ୧୦ ଲକ୍ଷ ଟଙ୍କା ଯାଏଁ ଋଣ ପ୍ରଦାନ କରାଯିବ । ଯେଉଁମାନେ ପୂର୍ବରୁ ଋଣ ବାବଦ ସୁଧ ଭରିଥିବେ, ସେମାନଙ୍କର ସୁଧ ଟଙ୍କା ଫେରସ୍ତ କରାଯିବ ।
ସେହିପରି ୟୁନିଫର୍ମ ଓ ବ୍ଲେଜର ପାଇଁ ୭୦ ଲକ୍ଷ ମହିଳା ଓ ଦେଢ ଲକ୍ଷ ମିଶନ ଶକ୍ତି ଲିଡରଙ୍କୁ ୭୩୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏହାସହିତ ୟୁନିଫର୍ମ ପାଇଁ ମିଶନ ଶକ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତି ମହିଳା ସଦସ୍ୟଙ୍କୁ ୧ ହଜାର ଟଙ୍କା ଲେଖାଁଏ ମିଳିବ । ଏହାଦ୍ୱାରା ରାଜ୍ୟର ୭୦ ଲକ୍ଷ ମହିଳା ଏଥିରେ ହେବେ ଉପକୃତ ।