କୋଲକତା(ଏଟିଆର ବ୍ୟୁରୋ): ୨୦୨୧ ନିର୍ବାଚନ ପାଇଁ ପଶ୍ଚିମବଙ୍ଗ ବିଧାନସଭା ପାଇଁ ପ୍ରାର୍ଥୀ ଚୟନ ହୋଇଛି । ଦଳରେ ମିଶି ନଥିବା ଦୁଇ ଜଣ ନେତାଙ୍କୁ ବିଜେପି ପକ୍ଷରୁ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦିଆଯାଇଥିଲା । ଟିକେଟ ମିଳିବ ପରେ ସେମାନେ ଏହି ଦଳରେ ମିଶିବେ ବୋଲି ବିଜେପି ଆଶା କରିଥିଲେ । କିନ୍ତୁ ବିଜେପି ଦେଇଥିବା ଟିକେଟକୁ ସେମାନେ ଖୋଲାଖୋଲି ଭାବେ ନବା ପାଇଁ ମନା କରିଥିଲେ ।
ଶିଖାଙ୍କୁ କୋଲକାତାର କୋୱରିଙ୍ଘୀ ନିର୍ବାଚନରେ ଲଢ଼ିବାକୁ ଦଳ ଟିକେଟ ଦେଇଥିଲା। ହେଲେ ଏହାକୁ ସେ ଖୋଲାଖୋଲି ଭାବେ ଅଗ୍ରାହ୍ୟ କରିଦେଇଛନ୍ତି। ଏହାପରେ ସେ ଗଣମାଧ୍ୟମ ଆଗରେ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “କିଛି ସପ୍ତାହ ତଳେ ଶୁଭେନ୍ଦୁ ଅଧିକାରୀ ମୋତେ ସାକ୍ଷାତ କରିଥିଲେ। ଏହି ସମୟରେ ସେ ମୋତେ ବିଜେପିରେ ମିଶିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ମୁଁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପି ମୋତେ ପ୍ରାର୍ଥୀ କରିଛି ବୋଲି ମୁଁ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି। ସେମାନେ ଆମ ଠାରୁ ସଂପୂର୍ଣ୍ଣ ଭିନ୍ନ। ଏପରି ସ୍ଥିତିରେ ମୁଁ କେମିତି ବିଜେପିର ମିଶିବି?
ପଶ୍ଚିମବଙ୍ଗରେ ମୋଟ ୮ ଟି ପର୍ଯ୍ୟାୟରେ ୨୯୪ ଟି ଆସନ ପାଇଁ ଭୋଟିଂ ପାଇଁ ଅନୁଷ୍ଠିତ ହେବ । ମାର୍ଚ୍ଚ ୧୭ ରେ ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଦିଆଯିବ,ଓ ଏପ୍ରିଲ ୨୯ ରେ ଶେଷ ପର୍ଯ୍ୟାୟ ହେବ । ଓ ମେ ୨ ରେ ଭୋଟ ଗଣାଯିବ ଏବଂ ଫଳାଫଳ ଘୋଷଣା କରାଯିବ ।