ମଣିଷ ଆଜି ଯେତେ ଅଗ୍ରଗତି କରୁନା କାହିଁକି ଆଜିବି ତା ପାଇଁ ଗୋଟିଏ କାମ କଷ୍ଟସାଧ୍ୟ୍ୟ ହୋଇ ରହିଛି । ସେଇଟା ହେଉଛି ଅପେକ୍ଷା। ଆଖି ଦେଖେ ସ୍ବପ୍ନ ,ମନ ଭରେ ଆଶା, ହେଲେ କର୍ମ ! ବାସ୍ତବତା ଭିତରେ ମେଞ୍ଚାଏ ଅଳିଆ କାଗଜ ହୋଇ ପଡି ରହିଥାଏ । ଦିନ ବଦଳେ ମାସ ବଦଳେ ଆଉ ତା ଭିତରେ …..ଏତେ ଶିଘ୍ର ମଣିଷ ମଧ୍ୟ ବଦଳି ଯାଆନ୍ତି କିଛି ବୁଝା ପଡେନି ….. ଛାଡ ।
ତଅପୋଇ ଋଷିଛି! ରାକ୍ଷୀ ପୂର୍ଣ୍ଣିମାରେ ସିନା ଭାଇ ହାତରେ ରାକ୍ଷୀ ବାନ୍ଧିପାରି୍ଲା ନାହିଁ, କଣ ଭାଇର ଶୁଭମନାସି ଖୁଦୁରୁକୁଣୀ ପୂଜା କରିପରିବ ନାହିଁ ? ……… ଅଭିମାନ ତ ମନ ଭିତରେ , ହେଲେ ଅଭିମାନ ବି କରି ପାରିବ ନାହିଁ। ଗୋଟିଏ ବୋଲି ଭାଇ ସେ ଫୁଣି ସୁରତରେ ରହି କାମ କରେ। ଘର, ଦ୍ବାର, ବାପା,ମାଁ,ଆଉ ଅତି ଭଲପାଉଥିବା ଭଉଣୀକୁ ଛାଡି କେହି କଣ ଏକା ରହିପାରିବ? ସେ କିନ୍ତୁ ରହୁଛି ! ଆଉ ଏସବୁ କାହାପାଇଁ କରୁଛି ! ସବୁ…. ମୋପାଇଁ । ବପାଙ୍କ ମେଡିସିନ, ମୋର ପଢା ଖର୍ଚ୍ଚ ଏହାରି ଭିତରେ ମୋ ବାହାଘର । ଆମ ମାନଙ୍କକେଉଁଠୁ ଆଣିବ ଯେ ମୋ ଭାଇ ମୋପାଇଁ ରାଜକୁମାର। ଛାଡ……..
ସେଦିନ ସିନା ସେ ତପୋଇ ଜଙ୍ଗଲରେ ରହି ଖୁଦୁରୁକୁଣୀ ପୂଜା କରିଥିଲା କିନ୍ତୁ ଆଜି ବ୍ରାହ୍ମଣ ଆସି ଏଇ ତପୋଇର ପୂଜା ଘରେ କରିଦେଉଛି। ସେ ତପୋଇ ସିନା ଛେଳି ଚରାଇବାକୁ ଜଙ୍ଗଲକୁ ଜାଇଥିଲା କିନ୍ତୁ ମୁଁ, ମୋବାଇଲେ ବ୍ୟସ୍ତ ରହୁଛି। ଖାଲି ଏତିକି ଫରକ ସେଠି ଭାଉଜ କୁ ଏଠି ମାଁ ଖାଲି ରାଉ ରାଉ ହେଉଛି। ଖାଲି କହୁଛି ….ପୁରା ଦିନ ବିଛଣାରେ ପଡିରହି କି ମୋବାଇଲ୍ ଚଲାଉଛୁ ? ରୋଷେଇବାସ ରେ ମନ ଦେ ନହେଲେ ଶଶୁର ଘରେ ଜାଇ ନା\’ ପକାଇବା ଛଡା କିଛି କରିପାରିବୁନି । କିନ୍ତୁ ମୁଁ କହେ ମା ଆମ ଘରେ ଭାଉଜ ଆସିଲେ ସବୁ କରିଦେବନି ମୋତେ ଟିକେ ମୋବାଇଲ୍ ଚଲାଇବାକୁ ସମୟ ଦେ। ପ୍ଲିଜ୍ ମା , ପ୍ଲିଜ୍……………….
ରାତି ପାହିଲେ ଖୁଦୁରୁକୁଣୀ ପୂଜା ମନରେ ଭାବି ଭାବି ଆଖିକୁ ନିଦ ଆସୁନଥାଏ। ପାଖ ସ୍କୁଲ୍ ବାଡିରୁ ଫୁଲ ଆଣିବାକୁ ହେବ, ବ୍ରାହ୍ମଣ କୁ ଫୋନ୍ କରି କରି ହଇରାଣ କରିଦେବି । ସେ ସବୁବେଳେ ଡେରି କରୁଛି ମୋତେ କେତେ ଭୋକ ଲାଗୁଛି ସେ କାହୁଁ ଜାଣିବ । ଏମିତି ଭାବୁ ଭାବୁ ଫୋନ ଆସିଲା ଦେଖିଲା ବେଳକୁ ଭାଇ ଫୋନ୍ କରିଛି ! ରିସିଭ କରୁ କରୁ ଫୋନ କଟିଗଲା । ଚେଷ୍ଟା କଲି ଲାଗିଲା ନାହିଁ। ଛାଡ ….. ଏଥର ଭାଇ ଆସିଲେ ମୋର ନୂଆଁ ମୋବାଇଲ୍, ଲେହେଙ୍ଗା ଆଉ ବହୁତ ଗୁଡାଏ ଚକୋଲେଟ୍ ଆଣିବ ମୁଁ ସମସ୍ତଙ୍କୁ ଜାଇ ଦେଖେଇବି, କାହାରିକୁ ଦେବିନି।
ଏମିତି ଭାବୁ ଭାବୁ କେତେବେଳେ ନିଦ ଆସିଗଲା ଜଣାପଡିଲା ନାହିଁ। ଭାଇର ଫୋନ କଲ ରେ ନିଦ ଭାଙ୍ଗିଗଲା ଆଉ ଫୋନ ରେ ସେ କହିଲା ସେ ଆସୁଛି ବୋଲି। ମନ ଖୁସିରେ ପାଦ ତଳେ ଲାଗୁନଥାଏ ଶିଘ୍ର ଶିଘ୍ର ଯାଇ ପୂଜା ସଜ କରିଦେଇ ମାଙ୍କ ସହ ରୋଷେଇରେ ଲାଗିପଡିଲି ପ୍ରଥମେ ମା ଦେଖି କିଛି ବୁଝି ପାରୁନଥିଲା ଖାଲି ଏତିକି କହୁଥିଲା ସୂର୍ୟ୍ୟ ଆଜି ପଶ୍ଚିମରେ ଉଇଁଲା ବୋଧହୁଏ। ମା ଯେବେ ଜାଣିଲା ଭାଇ ଆସୁଛି ସିଧାଯାଇ ବାପାଙ୍କୁ କହିଲା । ବାପା ସିଧା ବଜାର । ଭାଇର ପସନ୍ଦର ଖିରି, ତରକାରୀ କରି ରଖିଥାଏ ।
ହଠାତ୍ ଦୁଇ ଚାରିଜଣ ହାତରେ ମିଠା ପେଟି ଧରି ଘର ଭିତରେ ପସି ଆସିଲେ କେହି କିଛି କହିବା ପୂର୍ବରୁ ଆଉ ଆହୁରି ଆଣିବାକୁ ଚାଲିଗଲେ ବାପାଙ୍କ ପ୍ରଶ୍ନର କେହି ଉତ୍ତର ଦେଉନଥିଲେ । ମୋ କଥା ବି ଶୁଣିଲାନି ବାଧ୍ୟ୍ୟ ହୋଇ ମିଠା ପେଟି ଟାକୁ ନେଇ ବାହାରେ ଫିଙ୍ଗି ଦେଲି । ସିଧାଜାଇ ଭାଇ ଉପରେ ପଡିଗଲା । ଆଉ ଭାଇକୁ ଦେଖି ……. ମୋ ପାଦତଳୁ ମାଟି ଖସିଗଲା ବାପା ଛିଡା ହୋଇଥିବା ଜାଗାରୁ ଦମ କରି ବସିପଡିଲେ। ମାଁଙ୍କ ପାଟିରୁ ଭାସା ବାହାରୁ ନଥାଏ । ଭାଇ ଏକା ଆସିନଥିଲା ତା ସହ ତା ସ୍ତ୍ରୀ, ଶାଶୁ, ଶସୁର ସମସ୍ତଙ୍କୁ ନେଇ ଘରକୁ ଫେରିଥିଲା ।
ରାଜେଶ କୁମାର ବାରିକ
ଦେବେନ୍ଦ୍ର ପୁର, ଅଭଣା, ବାଲେଶ୍ବର
ମୋ ୯୯୯୮୬୨୨୩୩୬