ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୟେସ ବ୍ୟାଙ୍କ ଟଙ୍କା ଅନିୟମିତାକୁ ନେଇ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚା । ଯାହାକୁ ନେଇ କେନ୍ଦ୍ର ସାରକାରଙ୍କୁ ବିରୋଧି ଦଳର ନେତାର ମାନେ ସବୁ ବେଳେ ଘେରୁଛନ୍ତି । ଏପଟେ ୟେସ ବ୍ୟାଙ୍କରେ ଶ୍ରୀମନ୍ଦିରର ୬୦୦ କୋଟି ଟଙ୍କାକୁ ନେଇ ଘନ ଘନ ବୈଠକ ବସୁଛି । ତେବେ ଆଜି ଶ୍ରୀ ଜଗନ୍ନାଥ ସେନା ତରଫରୁ ଶ୍ରୀମନ୍ଦିର ଟଙ୍କା ହଡପକୁ ନେଇ ସିବିଆଇ ଅଫିସରେ ଏକ ମାମଲା ରୁଜୁ କରାଯାଇଛି ।
ଯେଉଁ ଥିରେ ୟେସ ବ୍ୟାଙ୍କରେ ଥିବା ୬୦୦ କୋଟି ଟଙ୍କାର ସଠିକ ତଦନ୍ତ କରାଯାଉ । ଶ୍ରୀମନ୍ଦିରର କୋଟି କୋଟି ଟଙ୍କା କଣ ପାଇଁ ଘରୋଇ ବ୍ୟାଙ୍କରେ ରଖରଯାଇଥିଲା । ଅନ୍ୟ ଜାତୀୟ ବ୍ୟାଙ୍କ ତୁଳନାରେ ଇଏସ ବ୍ୟାଙ୍କ କେତେ ହାରରେ ସୁଧ ଦେଉଥିଲା । ଯେଉଁ ଥି ପାଇଁ ଶ୍ରୀମନ୍ଦିର ଟଙ୍କା ସେଠାରେ ରଖା ଯାଇଥିଲା । ଏହା ପଛରେ କେଉଁ କେଉଁ ଅଧିକାରି ମାନେ ଅଛନ୍ତି । ଏହାର ତଦନ୍ତ ଠିକ ଭାବରେ କରାଯାଉ ବୋଲି ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି ।