ପୁରୀ (ଏଟିଆର ବ୍ୟୁରୋ); ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । ଯବାନମାନେ ସହୀଦ ହେବାର ଆଜକୁ ୧୧ଦିନ ପୂରିଛି । ତେବେ ଦେଶର ବିଭିନ୍ନ ଦିଗରୁ ସହୀଦଙ୍କ ପରିବାରକୁ ସହାୟତାର ହାତ ବଢ଼ାୁଥିବା ବେଳେ କିଏ କଳା ମାଧ୍ୟମରେ ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛି । ତେବେ ଏଥିରୁ ବାଦ ପଡିନାହିଁ ଶ୍ରୀଜଗନ୍ନାଥ ସେନା । ପୁଲୱାମା ଘଟଣାରେ ସହୀଦ ହୋଇଥିବା ଦୁଇ ଓଡିଆ ଯବାନଙ୍କ ଏକାଦଶାହରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଦେଇଛି ଶ୍ରୀଜଗନ୍ନାଥ ସେନା ।
ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଦୁଇ ସହିଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହ ମୁଣ୍ଡନ ଓ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦଙ୍କ ପରିବାରଠାରୁ ଚିତାଭସ୍ମ ଗ୍ରହଣ କରି ସ୍ୱର୍ଗଦ୍ୱାର ଓ ମହୋଦଧିରେ ବିସର୍ଜନ କରିଥିଲେ। ତେବେ ଶ୍ରୀ ଜଗନ୍ନାଥ ସେନାର ଏଭଳି କାର୍ଯ୍ୟ ପାଇଁ ବେଶ ପ୍ରଂଶସା କରିଛନ୍ତି ଜନସାଧାରଣ । ଆଜି ସେନାର ସଦସ୍ୟଙ୍କ ସହିତ ବହୁ ସାଧାରଣ ଜନତା ମଧ୍ୟ ଯୋଗ ଦେଇଥିଲେ ଏହି କାର୍ଯ୍ୟରେ ।
ସେପଟେ ସହିଦ ମନୋଜ ବେହେରାଙ୍କ ଅନ୍ତିମ ସସ୍କାର ସମୟରେ କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଚୈତନ୍ୟ ବେହେରାଙ୍କୁ ତଣ୍ଟିଆ ମାରିଥିଲେ । ଯାହାକି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ପାକିସ୍ତାନ ଗଣମାଧ୍ୟମରେ ମଧ୍ୟ ପ୍ରସାରଣ କରାଯାଇଥିଲା । ତେବେ ତାଙ୍କ ବିରୋଧରେ ବାଦାମବାଡି ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ଏଣୁ ସହିଦଙ୍କ ଦାଦାଙ୍କୁ ଅସମ୍ମାନ କରିଥିବା ବିଧାୟକଙ୍କ ଫଟୋକୁ ପୋଡିଛନ୍ତି ଶ୍ରୀଜଗନ୍ନାଥ ସେନା ।