ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଖୁବ୍ ଶ୍ରୀଘ୍ର ମା ହେବାକୁ ଯାଉଛନ୍ତି ଶ୍ରେୟା । ଶ୍ରେୟା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ଏହି ଖୁସିଖବର ନିଜ ଫ୍ୟାନ୍ସମାନଙ୍କୁ ଦେଇଛନ୍ତି ।ଟ୍ୱିଟରରେ ସେ ତାଙ୍କର ଏକ ଫଟୋ ସେୟାର କରି ଲେଖିଛନ୍ତି ଶିଲାଦିତ୍ୟ ଓ ମୁଁ ଏହି ଖୁସି ଖବରଟି ଆପଣମାନଙ୍କ ସହ ସେୟାର କରି ଖୁସି ଅନୁଭବ କରୁଛୁ ।
ଶ୍ରେୟା ଏହା ମଧ୍ୟ ଲେଖିଛନ୍ତି ବେବି ଶ୍ରେୟାଦିତ୍ୟ ଆସୁଛନ୍ତିୀ । ଆପଣ ସମସ୍ତଙ୍କର ଭଲପାଇବା ଓ ପ୍ରାର୍ଥନା ଆବଶ୍ୟକ ରହିଛି ।ଏହି ଖବର ପାଇଁ ତାଙ୍କ ପ୍ରଶଂସକମାନେ ଖୁସି ହେବା ସହ ଉଭୟ ପତି ପତ୍ନୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
୨୦୧୫ ଫେବ୍ରୁଆରୀ ୫ ତାରିଖରେ ଶ୍ରେୟା ବିବାହ କରିଥିଲେ । ଏହି ବିବାହ ସମାରୋହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା ଯେଉଁଥିରେ ଉଭୟ ପରିବାର ଏବଂ କିଛି ବିଶେଷ ବନ୍ଧୁ ସାମିଲ ହୋଇଥିଲେ ।