ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଏହି ତିନୋଟି ଜିଲ୍ଲାରୁ ୬୦ ଘଣ୍ଟିଆ ଶଟ୍ ଡାଉନ୍ କୁ ଉଠାଯାଇଛି । ଏହି ତିନୋଟି ଜିଲ୍ଲାରୁ ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ଲଗାତର ଭାବେ କରୋନ ଅକ୍ରାନ୍ତ ସଂଖ୍ୟା ବୃଦ୍ଧି ହେବାରୁ ଏପ୍ରିଲ ୨୩ ତାରିଖ ରାତି ୧୦ଟାରୁ ୬୦ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରାଯାଇଥିଲା । ଆଜି ଏହି ସଟ୍ ଡାଉନ୍ ଅବଧି ଶେଷ ହୋଇଛି । ଏହି ଶଟ୍ ଡାଉନ୍ ରେ ସହଯୋଗ ପାଇଁ ପୋଲିସ ଏବଂ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୋଲିସ ଡିଜିପି ଅଭୟ ।
ମାତ୍ର ଏହି ତିନୋଟି ଜିଲ୍ଲାରେ ଶଟ୍ ଡାଉନ୍ ହଟିବା ପରେ ପୂର୍ବଭଳି ଲକ୍ ଡାଉନ୍ କଟକଣା ଜାରି ରହିବ । ଏହାସହିତ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ପୋଲିସ ଡିଜି ।