କଟକ(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ପ୍ରାୟ ସବୁ ଜିଲ୍ଳାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି । ତେବେ କଟକ ସହରରେ ବଢୁଥିବା ସଂକ୍ରମଣକୁ ନଜରରେ ଏଖି ଏହାକୁ ସଟ୍ ଡାଉନ୍ କରି ରଖାଯାଇଥିଲା । ପ୍ରଥମେ କଟକରେ ଜୁଲାଇ ୮ ମଧ୍ୟରାତ୍ରି ପର୍ୟ୍ୟନ୍ତ ସଟ୍ଡାଉନ ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । କିନ୍ତୁ ଏହାପରେ ସଟ୍ଡାଉନ୍ ଅବଧିକୁ ଆଉ ୨ଦିନ ବୃଦ୍ଧି କରାଯାଇଥିଲା ।
After reviewing the current situation, We have decided to lift the #Shutdown restrictions imposed in #Cuttack city – CMC area. (Applicable from 13.7. 2020)
Please note the #WeekendShutdown regulations will be followed as usual. Kindly refer to the Order for details. pic.twitter.com/ZOrjxYzgTV
— CMC,Cuttack (@CMCCuttack) July 12, 2020
ତେବେ ୧୦ ତାରିଖ ଦିନ କଟକଣା ଅବଧି ସରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଘୋଷଣା ମୁତାବିକା ୧୦ଟି ଜିଲ୍ଲାରେ ସାପ୍ତାହିକ ସଟ୍ଡାଉନ୍ ଜାରି ରହିଥିଲା । ତେବେ ଆସନ୍ତା କାଲିଠୁ କଟକ ସହରରୁ କଟକଣା ହଟିଯିବ । ତେବେ ସୋମବାର ଠାରୁ ସକାଳ ୫ଟାରୁ ସଂଧ୍ୟା ୬ଟା ଯାଏ ଖୋଲିପାରିବ ଦୋକାନବଜାର । କିନ୍ତୁ ସଂଧ୍ୟା ୭ଟାରୁ ତା ପରଦିନ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ । ତେବେ ଔଷଧ ଦୋକାନ ପାଇଁ କୋହଳ ହେବ ରାତ୍ରୀକାଳୀନ କର୍ଫ୍ୟୁ । ସେହିପରି ୫୦% କର୍ମଚାରୀଙ୍କୁ ନେଇ ଚାଲି ପାରିବ ସରକାରୀ ଅଫିସ୍ । କୋଭିଡ୍ କଟକଣା ସର୍ତ୍ତ ସହ ସହରରେ ଖୋଲିବ ସପିଂ ମଲ୍ । ସମସ୍ତ ଲୋକ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ରହିଛି ।