ରାଉରକେଲା(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହାର ବୃଦ୍ଧି ପାଉଥିବାବେଳେ ଆଜିଠାରୁ ରାଉରକେଲାରେ ସପ୍ତାହନ୍ତ ପାଇଁ ସଟଡାଉନ କରାଯାଇଛି । ସଟଡାଉନ ଯୋଗୁ ସହରର ସମସ୍ତ ଦୋକାପ ବଜାର ବନ୍ଦ ରହିଛି । ଏହି ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲା ପୋଲିସର ୩୦ ଟି ଏନଫୋର୍ସମେଣ୍ଟ ଟିମ ଗଠନ କରିବା ସହ ପିସିଆର ଭ୍ୟାନ ଜରିଆରେ ପାଟ୍ରୋଲିଂ ଆରମ୍ଭ ହୋଇଛି ।
ଏହା ଉପରେ ଅଧିକ ଧ୍ୟାନ ଦେବାପାଇଁ ଆଜି ସକାଳ ଭୋର ୫ ଟାରୁ ଉଦିତ ନଗର ପରେଡ ପଡିଆରେ ପୁଲିସର ବରିଷ୍ଠ ଅଧିକାରୀ ସମସ୍ତ ଥାନା ଅଧିକାରୀକାନଙ୍କୁ ଯାଞ୍ଚ ବିଷୟରେ କଡାକଡି କରିବା ପାଇଁ ବୁଝାଇଥିଲେ । ରାଉରକେଲା ସହରକୁ ଯାଞ୍ଚ କରିବା ପାଇଁ ସହରର ୩୦ ଟି ପ୍ରମୁଖ ସ୍ଥାନ ଚିହ୍ନଟ କରାଯାଇଛି ।
ସହର ପ୍ରବେଶ ପଥ ପାନପୋଷ, ବିର୍ସା ମୁଣ୍ଡା ଛକରେ ବ୍ୟାପକ ପୁଲିସ ମୁତୟନ କରାଯିବା ସହ ଯାଞ୍ଚକୁ କଡାକଡ଼ି କରାଯାଇଛି । ସହରକୁ ଆସୁଥିବା ଛତିଶଗଡ଼, ଝାରଖଣ୍ଡ ଓ ବିହାର ସମସ୍ତ ବସ ଚଳାଚଳ ବନ୍ଦ ରହିଛି ।