ଯାଜପୁର ( ଏଟିଆର ବ୍ୟୁରୋ): ଭୁବନେଶ୍ୱର ପରେ ଏବେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର କରୋନା ହଟସ୍ପଟ ପାଲଟିଛି । ବିଶେଷ କରି କଲିକତା ଫେରନ୍ତାଙ୍କ ରାଜ୍ୟରେ ପ୍ରବେଶ ପରେ ଏହି ୩ ଜିଲ୍ଲାରେ ସ୍ଥିତି ସଙ୍ଗୀନ ହୋଇ ପଡିଛି । ଏଡାରେ ପଜିଟିଭ ସଂଖ୍ୟା ଦିନକୁ ଦିନ ବଢିବାରେ । ବିଶେଷ କରି ଏବେ ଯାଜପୁର ଉପରେ ପ୍ରାଶସନର ଅଧିକ ନଜର ରହିଛି । ଏହି ଅବସରରେ ଯାଯପୁର ପୌରାଞ୍ଚଳ ସମେତ କେତେକ ବ୍ଲକକୁ ଆସନ୍ତା ୫୪ ଘଣ୍ଟା ପାଇଁ ପ୍ରଶାସନ ସଟଡାଉନ ଘୋଷଣା କରିଛି ।
ଯାହା ଆଜି ଅପରାହ୍ନ ୧୨ ଟାରୁ ଆରମ୍ଭ ହେବ । ସୂଚନା ଅନୁସାରେ ଯାଜପୁର ପୌରାଞ୍ଚଳ ସମେତ ଯାଜପୁର ବ୍ଲକ, ଦଶରଥପୁର, ବିଝାରପୁର, ବରି, କୋରେଇ ବ୍ଲକକୁ ସଟଡାଉନରେ ସାମିଲ କରାଯାଉଛି । ଗତ ୨ ଦିନ ମଧ୍ୟରେ ଯାଜପୁର ଦଶରଥପୁର ବ୍ଲକରେ ୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ସ୍ୱାସ୍ଥ୍ୟକର୍ମୀ ମାନେ ଏହି ସମୟରେ ଘରଘର ବୁଲି ନମୂନା ସଂଗ୍ରହ କରିବା କାର୍ଯ୍ୟ ତ୍ୱରାନ୍ୱିତ କରିବେ ।
ଏହି ସଟଡାଉନ ଆଜି ଅପରାହ୍ନ ୧୨ ଟାରୁ ଆସନ୍ତା ୨୯ ତାରିଖ ସଂନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ । କେବଳ ଜରୁରୀକାଳୀନ ସେବାକୁ ଛାଡି ଅନ୍ୟସମସ୍ଥ ଚଳପ୍ରଚଳ ବନ୍ଦ ରହି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।