ବାରିପଦା (ଏଟିଆର ବ୍ୟୁରୋ): ହୁ ହୁ ହୋଇ ବ୍ୟାପି ଚାଲିଛି ମହାମାରୀ କରୋନା । ସେଥିପାଇଁ ଧୀରେ ଧୀରେ ପର୍ଯ୍ୟଟନ କ୍ଷେତ୍ରମାନ ବନ୍ଦ କରାଯାଉଛି । ସେହିପରି ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ଲାଗି ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟି ରଖି ଶିମିଳିପପାଳ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ଏଭଳି ନିଷ୍ପତି ନେଇଛନ୍ତି ।
ଏକ ବିଜ୍ଞପ୍ତି ଜରିଆରେ ଆରସିସିଏଫ କହିଛନ୍ତି କି, ପର୍ଯ୍ୟଟଙ୍କ ଭିଡ ହେବା ଦ୍ୱାରା କରୋନା ବ୍ୟାପିବାର ସମ୍ଭାବନା ରହିଛି । ଯାହାଫଳରେ ବନ୍ୟଜନ୍ତୁୁଙ୍କ ପ୍ରତି ବିପଦ । ସେଥିପାଇଁ ବନିବିଭାଗ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଉଦ୍ୟାନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ।