ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ପୁଣି ଥରେ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ପାଗ ଖରାପ ତଥା କୁହୁଡିଆ ପାଗ ପାଇଁ ଗତ ୧୨ ତାରିଖରୁ ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ।
କିନ୍ତୁ ଏବେ ପାଗରେ ପରିବର୍ତ୍ତନ ତଥା ପାଗ ଅନୁକୂଳ ହେବାରୁ ପୁଣି ଥରେ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଖୋଲିଛି । ଏଣିକି ପର୍ଯ୍ୟଟକମାନେ ଉଦ୍ୟାନ ମଧ୍ୟରେ ବାଘ ସଫାରୀ, ଜଳ ପ୍ରପାତ, ପ୍ରାକୃତିକ ପରିବେଶ ଆଦିର ଭରପୁର ମଜା ଉଠାଇ ପାରିବେ ।