ମୁମ୍ବାଇ(ଏଟିଆର ବ୍ୟୁରୋ):ଆଜି ହେଉଛି ସୁଶାନ୍ତଙ୍କ ଜନ୍ମଦିନ ।ଯିଏ କି ଆଏଉ ଏ ଦୁନିଆରେ ନାହାନ୍ତି । ବିହାରର ପାଟନାରେ ଜନ୍ମଦିନ ଗ୍ରହଣ କରିଥିବା ସୁଶାନ୍ତ । ଟିଭି ସିରିଏଲ ପବିତ୍ର ରିସ୍ତା ରୁ ମିଳିଥିବା ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ସୁଶାନ୍ତ ।ଗତ ବର୍ଷ ଜୁନ୧୪ ରେ ଘରେ ଥିବା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ । ଯାହାପରେ ବଲିଡଡରେ ଏକ ଦୁଃଖ ଖେଳିଯାଇଛି ।
ସୋସିଆଲ ମିଡିଆରେ ଲୋକମାନେ ଅଭିନେତାଙ୍କୁ ମନେ ପକାଇ ତାଙ୍କର ଫଟୋ , କୋଟ ଏବଂ କିଛି ପୁରୁଣା ଭିଡିଓ ମଧ୍ୟ ସେୟାର କରୁଛନ୍ତି । ଏହାସହିତ କିଛି ପ୍ରଶଂସକ ସୁଶାନ୍ତଙ୍କୁ ମନେ ପକାଇ ଭାବୁକ ହୋଇପଡିଥିବାର ଦେଖିବାକୁ ମିଳିଛି । ଏମ.ଏସ.ଧୋନୀ, କେଦାରନାଥ , ସୋନଚିରିଆ ,ଡ୍ରାଇଭିଂ ଆଦି ଫିଲ୍ମରେ ତାଙ୍କ ଅଭିନୟକୁ ବେଶ ପସନ୍ଦ କରିଛନ୍ତି ଲୋକେ ।
ତାଙ୍କ ମୃତ୍ୟୁ ଖବରକୁ ସହଜରେ କେହି ବିଶ୍ୱାସ କରିପାରୁନଥିଲେ । ସୁଶାନ୍ତଙ୍କ ଜୀବନରେ ଏଭଳି କିଛି କାହାଣୀ ରହିଛି ଯାହାକୁ ତାଙ୍କ ଫ୍ୟାନ୍ସମାନେ କେବେ ବି ଭୁଲିପାରିବେ ନାହିଁ । ତେବେ ସୁଶାନ୍ତ କଣ ପାଇଁ ଆତ୍ମହତ୍ୟା କଲେ , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।