ସମ୍ବଲପୁର (ଏଟିଆର ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରର ପୁଣି ଆଉ ୬ ଟି ଗେଟ୍ ଖୋଲା ଯାଇଛି । ଏହାକୁ ମିଶାଇ ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି ।
ସୂଚନାମୁତାବକ, ଜଳଭଣ୍ଡାରର ଜଳସ୍ତର ୬୨୮.୧୫ ଫୁଟ ରହିଥିବା ବେଳେ ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ପ୍ରବେଶ କରୁଛି ୨ ଲକ୍ଷ ୨୯ ହଜାର ୪୫୮ କ୍ୟୁସେକ ଜଳ । ସେହିପରି ନିଷ୍କାସିତ ହେଉଛି ୨ ଲକ୍ଷ ୬୭ ହଜାର ୫୭୭ କ୍ୟୁସେକ ଜଳ ।