ଭୁବନେଶ୍ୱର ( ଏଯିଆର ବ୍ୟୁରୋ): ଆଜିକାଲି ଜୀବନ ଏତେ ବ୍ୟସ୍ତ ବହୁଳ ହୋଇ ଗଲାଣି ଯେ ଲୋକଙ୍କ ପାଖରେ ଖାଇବାକୁ କି ସମୟ ନାହିଁ । ବେଳେ ବେଳେ କିଛି ଲୋକ କାମର ବ୍ୟସ୍ତତା ଭିତରେ ରାତିରେ ଖାଦ୍ୟ ଖାଇନଥାନ୍ତି ତ ଆଉ କିଛି ଲୋକ ରାତିରେ ଖାଦ୍ୟ ଖାଇଲେ ମଣିଷ ମୋଟା ହୋଇଯିବ ଭାବି ସେମାନେ ଖାଇନଥାନ୍ତି । ସେହିଭଳି ଆହୁରି କିଛ ଲୋକଙ୍କ ଚିନ୍ତାଧାରା ରାତିରେ କିଛି କାମ କରିବାକୁ ପଡୁନଥିବାରୁ ଖାଦ୍ୟ ନ ଖାଇଲେ ଏହାର ଶରୀର ଉପରେ କୈଣସି ପ୍ରଭାବ ପଡେନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ରାତିରେ ଉପାସ ବା ଖାଲିପେଟରେ ରହିବା ଶରୀର ପାଇଁ କେତେ କ୍ଷତିକାରକ ।
ରାତିରେ ଖାଲି ପେଟରେ ଶୋଇବା ଦ୍ୱାରା ବହୁତ ପ୍ରକାରର ରୋଗ ଶରୀରରେ ଘର କରିଥାନ୍ତି । ଯେମିତି କି ରାତିରେ ଯେଉଁ ବ୍ୟକ୍ତି ପ୍ରୋଟିନଯୁକ୍ତ ଖାଦ୍ୟ ଖାଇଥାନ୍ତି ସେମାନେ ଅନ୍ୟମାନଙ୍କ ସହିତ ମୁକାବିଲା କରିବା ପାଇଁ ସେତେ ଶକ୍ତିଶାଳି ହୋଇଥାନ୍ତି । କିନ୍ତୁ ଆପଣ ଯଦି ରାତିରେ ଖାଲି ପେଟରେ ଶୋଉଛନ୍ତି ତେବେ ଆପଣ ଆରଦିନ ନିଶ୍ଚୟ ହାଲିଆ ହୋଇ ପଡିବେ । ଆପଣଙ୍କୁ ଦିନସାରା ଦୁର୍ବଳ ଦୁର୍ବଳ ଲାଗିବ । ସେହଭଳି ରାତିରେ ନିଦ ମଧ୍ୟ ଠକ ହୋଇନଥାଏ ।
ପେଟ ଖାଲି ରହିବା ଦ୍ୱାରା ଗ୍ୟାସ ଭଳି ମାରାତ୍ମକ ରୋଗ ହୋଇଥାଏ । ପେଟ ଦରଜ ହୋଇଥାଏ । ରାତିରେ ଗରିଷ୍ଠ ଖାଦ୍ୟ ନ ଖାଇ ହାଲୁକା ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ପକ୍ଷେ ହିତକାରକ । ଯାହା ଆପଣଙ୍କ ମୋଟାପଣ ଦୂର କରିବା ସହିତ ଅନେକ ରୋଗ ଆକ୍ରମଣରୁ ରକ୍ଷା କରିଥାଏ । ଖାଲି ପେଟରେ ରହିଲେ ନ୍ୟୁଟ୍ରେସନ କମ ହୋଇଥାଏ । ଯାହାର ଅଭାବ ହେଲେ ଶରୀର ରୋଗ ଗ୍ରସ୍ତ ହୋଇଥାଏ ।