ଭୁବନେଶ୍ୱର ( ଏଟିଆର ବ୍ୟୁରୋ) : ପିଇଓ ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଜାରି କରି ଆଜି ବିଜେପି ମହିଳା ମୋର୍ଚ୍ଚା ଓଡିଶାର ସମସ୍ତ ଜିଲ୍ଲାପାଳ ଅଫିସ ଘେରାଉ କରିବ । ଏନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଗତକାଲି ସୂଚନା ମିଳିଥିଲା । ମହିଳା ମୋର୍ଚ୍ଚା ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ କରାଯିବ। ବିଜେପି ଅଭିଯୋଗ କରିଛି ସ୍ମିତାରାଣୀଙ୍କ ସହ ଦୁର୍ଷ୍କମ କରାଯାଇ ତାଙ୍କୁ ହତ୍ୟା କରାଯାଇଛି ।
ବିଜେପି ବାରମ୍ବାର ମୃତା ସ୍ମିତାରାଣୀଙ୍କୁ ନ୍ୟାୟ ଦେବା ପାଇଁ ଦାବି କରିଆସୁଥିଲେ ମଧ୍ୟ ରାଜ୍ୟ ସରକାର ଓ ଜିଲ୍ଲା ପୁଲିସ ଚୁପ୍ ହୋଇ ବସିଛନ୍ତି। ପୁଲିସ କେବଳ ରୂପେଶ ଭଦ୍ରକୁ ଗିରଫ କରି ଅନ୍ୟମାନଙ୍କୁ ତଦନ୍ତ ପରିସରକୁ ଆଣୁନାହିଁ। ଶାସକ ଦଳ ଚାପରେ ପୁଲିସ ଘଟଣାକୁ ଚପାଇ ଦେବାକୁ ଅପଚେଷ୍ଟା କରୁଛି। ମହିଳା କମିଶନ ଅଧ୍ୟକ୍ଷା ତଦନ୍ତ ନକରି କେସ ସରିଗଲାଣି ବୋଲି କହି ସମଗ୍ର ମହିଳା ସମାଜକୁ ନିନ୍ଦିତ କରିଛନ୍ତି ବୋଲି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡା ଅଭିଯୋଗ କରିଛନ୍ତି