ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭିନ୍ନ ରୂପରେ କେନ୍ଦ୍ରୀୟ ବସ୍ତ୍ର ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ଶୁକ୍ରବାର ଗୁଜୁରାଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି ସ୍ମୃତି ଇରାନୀ । ଭାବନଗରରେ ସ୍ୱାମୀନାରାୟଣ ଗୁରୁକୂଳ ମୂର୍ତ୍ତି ସ୍ଥାପନା ମହୋତ୍ସବରେ ପିଲାଙ୍କ ସହିତ ସ୍ମୃତି ଇରାଣି ତଲୱାର ଧରି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ସ୍ମୃତି ତାଙ୍କ ଦୁଇ ହାତରେ ତଲୱାର ଧରି ପିଲାଙ୍କସହ ଡ୍ୟାନ୍ସ କରୁଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
#WATCH Gujarat: Union Minister Smriti Irani performs ‘talwar raas’, a traditional dance form using swords, at a cultural programme in Bhavnagar. (15.11.19) pic.twitter.com/xBgZyDHG45
— ANI (@ANI) November 15, 2019
ମିଡିଆ ରିପୋର୍ଟ ମୁତାବକ, ଏହି ମହୋତ୍ସବ ଅବସରରେ ଆୟୋଜକଙ୍କ ପକ୍ଷରୁ ଅମେଠି ସାଂସଦ ସ୍ମୃତି ଇରାନିଙ୍କୁ ‘ତଲୱାର ରାସ’ ନାମକ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ମଞ୍ଚ ଉପରେ ମହିଳା କଳାକାରଙ୍କ ସହ ସାମିଲ ହେବା ପାଇଁ ଅନୁରୋଧ କରାଯାଇଥିଲା । ଏହା ଏକ ପାରମ୍ପରିକ ଲୋକ ନୃତ୍ୟ ଯାହା ଗୁଜୁରାଟ ଏବଂ ରାଜସ୍ଥାନରେ ଖୁବ୍ ଲୋକପ୍ରିୟ । ପ୍ରକୃତରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଛୁଆମାନେ ଝାନ୍ସି ରାଣୀର ରାସ ପ୍ରସ୍ତୁତି କରୁଥିଲେ ।
ଏହି ଭିଡିଓରେ ଦେଖିବାକୁ ମିଳିଛି କି ମଞ୍ଚ ଉପରେ ସ୍ମୃତି ପିଲାଙ୍କ ସାଥୀରେ ତାଳ ସହ ତାଳ ଦେଇ ଡ୍ୟାନ୍ସ କରୁଛନ୍ତି । ଉତ୍ସବରେ ସ୍ମୃତିଙ୍କ ଏହି ଭିନ୍ନ ରୂପ ଦେଖିବା ପାଇଁ ଦର୍ଶକ ଖୁବ୍ ଉତ୍ସାହିତ ହୋଇଥିଲେ ।