ପୁରୀ(ଏଟିଆର ବ୍ୟୁରୋ): ସ୍ନାନଯାତ୍ରା ନେଇ ଛତିଶା ନିଯୋଗର ମତାମତ ନିଆଯାଇଛି। କେଉଁ ସମୟରେ କଣ ନୀତି ହେବ ସେ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ପ୍ରକାଶ ପାଇଛି। ରାତି ଗୋଟାଏରୁ ୪ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପହଣ୍ଡି ହେବ । ସକାଳ ୭.୩୦ରୁ ୯.୩୦ ପର୍ୟ୍ୟନ୍ତ ସ୍ନାନ ନୀତି ଅନୁଷ୍ଠିତ ହେବ। ଦିନ ସାଢ଼େ ଦଶଟାରେ ଛେରାପହଁରା ହେବାକୁ ଥିବା ବେଳେ ୧୧ଟାରୁ ୧୨ଟା ପର୍ୟ୍ୟନ୍ତ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ। ପୁଣି ସନ୍ଧ୍ୟା ୫ଟା ଠାରୁ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇ ୮ ପର୍ୟ୍ୟନ୍ତ ଚାଲିବ। ଆସନ୍ତା ୩୦ରେ ପରିଚାଳନା କମିଟି ମିଟିଂ ହେବ। ଏହି ବୈଠକରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ଅନ୍ୟପଟେ ଗତକାଲି ଠାରୁ ସେବାୟତ ମାନଙ୍କର କରୋନା ଟେଷ୍ଟ ଆରମ୍ଭ କରାଯାଇଛି । ଗତକାଲି ୭୫ ଜଣ ସେବାୟତଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସେହିପରି ଆଜି ଆଉ ୭୫ ଜଣ ସେବାୟତଙ୍କର ସ୍ୱାବ ସଂଗ୍ରହ କରାଯିବ । ତେବେ ପୂର୍ବରୁ ୨୯ ଓ ୩୦ ତାରିଖରେ ଗରୁବାଡ ସେବାୟତ ମାନଙ୍କର କରୋନା ଟେଷ୍ଟ କରାଯିବ ବୋଲି ନିଷ୍ପତି ହୋଇଛି । ବର୍ତ୍ତମାନ କରୋନା ମହାମାରୀ ବ୍ୟାପୁଥିବାରୁ କିଭଲି ଅଳ୍ପ ସେବାୟତରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା କରାଯିବ ସେନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଚୋଷ୍ଟା କରାଯଉଛି ।