ଖୋର୍ଦ୍ଧା(ଏଡିଆର ବ୍ୟୁରୋ):ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ୩ବର୍ଷର ଶିଶୁ କନ୍ୟା ସୋହିନୀ ।ସାଧାରଣତଃ ଏହି ବୟସର ପିଲାମାନେ ନାଚଗୀତ ରେ ମସଗୁଲ ଥିବା ବେଳେ ସୋହିନୀ ସେହି ପିଲାଙ୍କ ଠାରୁ ଟିକେ ଅଲଗା ।ସୋହିନୀ ୧୪୩ ଟି ଦେଶର ନାମ ,ଜାତୀୟ ପତାକା ,୧୮ ଟି ଭାରତୀୟ ସଙ୍କେତ, ସୈାର ମଣ୍ଡଳ ଗ୍ରହଙ୍କ ଅବସ୍ଥିତି ପ୍ରାଞ୍ଜଳ ଭାବେ ମନେରଖିଛନ୍ତି ।
ଏ ନେଇ ନିକଟରେ ‘ଇଣ୍ଡିଆ ବୁକ୍ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇଁ ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ସୋହିନୀ ।ଏତେ କମ ବୟସରେ ଏତେ ଜ୍ଞାନ ଦେଖି କେହି ହେଲେ ବିଶ୍ୱାସ କରି ପାରୁନାହାନ୍ତି । ସୋହିନୀଙ୍କର ଏହି ଚମତ୍କାର ପଛରେ ତାଙ୍କ ମା ଓ ବାପାଙ୍କର ଅବଦାନ ରହିଛି ।
ତାଙ୍କ ମା ଜଣେ ଉଚ୍ଚ ଶିକ୍ଷିତ ମହିଳା । ସେ ଫ୍ରାନ୍ସରୁ ରିସର୍ଚ୍ଚ କରି ଫେରିଛନ୍ତି। ସେ ହିଁ ସୋହିନୀଙ୍କର ଏହି ପ୍ରତିଭା ପାଇଁ ବେଶ୍ ଉତ୍ସାହିତ କରନ୍ତି ।
ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ମେଡାଲ ପାଇଲା ପରେ ସୋହିନୀ ଏବେ ‘ଗିନିଜ୍ ୱାର୍ଲଡ଼ ଅଫ ରେକର୍ଡ୍ସ’ରେ ସ୍ଥାନ ପାଇବାକୁ ଚେଷ୍ଟା ଚଲାଇଛନ୍ତି।ଏବଂ ଆଗାମୀ ଦିନରେ ସୋହିନୀ ମ୍ୟାପର ଆଉଟଲାଇନ ବିଷୟକୁ ନେଇ ଗିନିଜ ରେକର୍ଡ ପାଇଁ ପ୍ରସ୍ତୁତି ହେଉଛନ୍ତି ବୋଲି ତାଙ୍କ ମା କହିଛନ୍ତି ।