ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା ଘାରିଛି । ତେବେ କରୋନା ମହାମାରୀ ପାଇଁ ଦେଶର ସବୁ ଜନଗହଳିପୂର୍ଣ୍ଣ ଜାଗାକୁ ପ୍ରାୟ ତିନି ମାସ ହେବ ବନ୍ଦ କରି ରଖାଯାଇଛି । ତେବେ ଏହାରି ଭିତରେ ଓଡିଶାରେ ଥିବା କିଛି ଦର୍ଶନୀୟ ସ୍ଥାନକୁ ଖୋଲିବା ପାଇଁ ଏଏସଆଇ ପକ୍ଷରୁ ନିଷ୍ପତି ନିଆଯାଇଛି । ଏଏସଆଇ ପକ୍ଷରୁ ନିଆଯାିଥିବା ନିଷ୍ପତି ଅନୁସାରେ ଖଣ୍ଡଗିରି, ଉଦୟଗିରି, ଧଉଳି, ବାରବାଟି ଦୁର୍ଗ, ଲଳିତଗିରି, ରତ୍ନଗିରି, ରାଜାରାଣୀ ମନ୍ଦିର, ଅସୁରଗଡ ଦୁର୍ଗ, ଝରିଆଲ ଚଉଷଠି ଯୋଗିନୀ ମନ୍ଦିର ଆଦି ।
ସୂଚନାଯୋଗ୍ୟ ଆଜି ସ୍ୱତନ୍ତ୍ର ରିଲିଫ କମିସନର ଏକ ସାମ୍ବାଦିକ ସମ୍ମିଳନୀ କରି ଓଡିଶାରେ ବୋଲବମ୍ ଯାତ୍ରା ଉପରେ ରୋକ ଲଗାଇଛନ୍ତି । ତେବେ ଅପରପକ୍ଷେ ଏଏସଆଇ ପକ୍ଷରୁ ଆସନ୍ତା ୬ ତାରିଖରେ ଦର୍ଶନୀୟ ସ୍ଥାନ ଖୋଲିବା ନିଷ୍ପତି କେତେ ଦୂର ଠିକ ତାହା ସାଧାରଣରେ ଚର୍ଚ୍ଚା ହେଉଛି ।