ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) : ଆଜି ଠାରୁ ରାଜ୍ୟରେ କେତେକ ଜିଲ୍ଲାରେ କଟକଣା କୋହଳ କରାଯାଇଛି । ସେହି ଭଳି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ନିର୍ମାଣ କାର୍ଯ୍ୟ ପାଇଁ ସାମାନ୍ୟ କୋହଳ କରାଯାଇଛି କଟକଣାକୁ। ବିଏମ୍ସି ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱର ମହାନଗର ନିଗମ ପରିସର ମଧ୍ୟରେ ନିର୍ମାଣ କାର୍ଯ୍ୟ ଚାଲୁ ରହିବ। ମାତ୍ର ଏଥିପାଇଁ କିଛି ସ୍ୱତନ୍ତ୍ର କଟକଣା ଜାରି କରାଯାଇଛି ।
ନିର୍ମାଣ କାର୍ଯ୍ୟପାଇଁ ବାହାରୁ କୌଣସି ଶ୍ରମିକ ଆସିବେ ନାହିଁ ।
ରାଜଧାନୀରେ ରହିଥିବା ଶ୍ରମିକଙ୍କୁ ନେଇ କାମ କରାଯିବ। ସେହିଭଳି ବାଲି ରଡ଼ ଭଳି ନିର୍ମାଣ ଉପକରଣ ପରିବହନ ପାଇଁ ନିର୍ଦ୍ଧାରିତ ସମୟ ମଧ୍ୟ ଧାର୍ଯ୍ୟ କରାଯାଇଛି । ରାତି ୧୦ ଟାରୁ ସକାଳ ପାଞ୍ଚଟା ମଧ୍ୟରେ ମାଲ ପରିବହନ ପାଇଁ ଅନୁମତି ମିଳିବ । ଏଥିପାଇଁ ନିର୍ମାଣକର୍ତା ଦୋକାନୀଙ୍କ ସହ ସମନ୍ୱୟ ରକ୍ଷାକରି ମାଲ ପରିବହନ କରିବେ ।