ଜଗତସିଂହପୁର ( ଏଟିଆର ବ୍ୟୁରୋ): ଶଳାର ଟଙ୍ଗିଆ ଚୋଟରେ ଭିଣୋଇ ଗୁରୁତର । ଶଶୁର ଘରେ ଥିବା ବେଳେ ଘଟିଲା ଏମିତି ଘଟଣା । ଶାଶୁ ଦେଲେ କେସ । ଏମିତି ଏକ ନୃଷଶଂ କାଣ୍ଡ ଦେଖିବାକୁ ମିଳିଛି ଜଗତସିଂହପୁରରେ । ଜ୍ୱାଇଁ ଶଶୁର ଘରକୁ ଯାଇଥିବା ବେଳେ ସେଠାରେ ବସିଥିବା ବେଳେ ଗ୍ରାମର ଏକ ସମ୍ପର୍କୀୟ ଶଳା ହିସାବ ଯୁବକ ଜ୍ୱାଇଁକୁ ଆକ୍ରମଣ କରିବା ପରେ ଜ୍ୱାଇଁ ଗୁରୁତର ।
ସୂଚନା ଅନୁସାରେ ଜ୍ୱାଇଁ ବାବୁ ବେହେରା ଗତକାଲି ରାତି ୧୨ ଟା ବେଳେ ଶଶୁର ଘର ପାଖରେ ଥିବା ଏକ ପ୍ରାଇମେରୀ ସ୍କୁଲ ପାଖରେ ବସିଥିବା ବେଳେ ସେଠାରେ ବାଦଲ ସେଠୀ ନାମକ ଜଣେ ବ୍ୟକ୍ତି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଟାଙ୍ଗିଆ ଆକ୍ରମଣରେ ବାବୁଙ୍କର ହାତ ଓ କାନ୍ଧରେ ଭୀଷଣ ଆଘାତ ଲାଗିଛି । ଟାଙ୍ଗିଆ ଚୋଟ ବାଜିବା ଫଳରେ ପ୍ରଥମେ ବାବୁ ଜୋରରେ ଚିକ୍ରାର ଥିଲା ।
ତଥାପି ବାଦଲ ପ ୁଣି ଏକ ଚୋଟ ପକାଇ ସେଠାରୁ ଚାଲି ଯାଇଥିଲା । ପାଖ ପଡୋଶୀ ମାନେ ବାବୁର ଚିକ୍ରାର ଶୁଣି ସେଠାରେ ଆସି ପହଞ୍ଚି ବାବୁକୁ ଡାକ୍ତରଖାନା ଆଣିଥିଲେ । ବାବୁଙ୍କ ମୁଣ୍ଡରେ ମଧ୍ୟ ଆଘାତ ଜୋର ଲାଗିଥିବା ସୂଚନା ମିଳିଛି । ବାବୁ ଏବେ ଜଗତସିଂହପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାବୁଙ୍କ ଶାଶୁ ଏନେଇ ବିରିଡି ଥାନାରେ ଏତଲା ଦେଇଛନ୍ତି । ତେବେ କେଉଁ କାରଣରୁ ଏମିତି ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ । କରି