ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଭାରତୀୟ ନିର୍ବାଚନ ଆୟୋଗ ବଲିଉଡ଼ର ଅଭିନେତା ସୋନୁ ସୁଦଙ୍କୁ ପଞ୍ଜାବ ରାଜ୍ୟର ଷ୍ଟେଟ ଆଇକନ ଭାବେ ନିଯୁ୍କ୍ତି ଦେବାକୁ ମଞ୍ଜୁରି କରିଛନ୍ତି । ସୋନୁ ସୁଦ , ମୁସଲମାନ, ତେଲୁଗୂ କନ୍ନଡ଼ ଭଳି ଫିଲ୍ମ କରି ସେ ସାରା ଦେଶରେ ପରିଚିତ ହୋଇଛନ୍ତି ।ଏବଂ ସୋନୁ ଲୋକଙ୍କ ସାହାଯ୍ୟ ପାଇଁ ବିଭିନ୍ନ କାର୍ଯ୍ୟ ମଧ୍ୟ କରିଛନ୍ତି । ବିହାର ନିର୍ବାଚନ ସମୟରେ ସେ ଲୋକମାନଙ୍କୁ ଚିନ୍ତା କରି ଭୋଟ ଦବା ପାଇଁ ଅନୁରୋଧ କରିଥିଲେ ।
ସୋନୁ ଲକଡ଼ାଉନ ରେ କରିଥିବା କାମକୁ ନେଇ ଏକ ପୁସ୍ତକ ଲେଖିଛନ୍ତି ଏବଂ ତାଙ୍କ ପୁସ୍ତକର ନାମ ହେଉଛି “ଆଇ ଆମ ନୋ ମସିହା “ ।ତାଙ୍କର ଏହି ପୁସ୍ତକ ଡ଼ିସେମ୍ବର ମାସରେ ଲଞ୍ଚ ହେବ ବୋଲି ସେ କହିଛନ୍ତି । କରୋନା ସମୟରେ ଲାଗୁ ହୋଇଥିବା ଲକଡ଼ାଉନ ସମୟରେ ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀଙ୍କୁ ସେମାନଙ୍କ ଘରେ ପହଞ୍ଚାଇବା ସହ ଲୋକଙ୍କୁ ସାହାଯ୍ୟ କରି ବହୁ ଚର୍ଚ୍ଚାରେ ଆସିଥିଲେ ସୋନୁ ସୁଦ୍ ।
ସୋନୁଙ୍କ ସହାୟତା ଦେଖି ଆମେରିକା ଡ଼େଭେଲପଏଣ୍ଟପ୍ରୋଗ୍ରାମ ଦ୍ୱାରା ସୋନୁଙ୍କୁ ଏସ.ଡ଼ିଜି ସ୍ପେସାଲ ହ୍ୟୁମାନିଟି ଆକ୍ସନ ପୁରସ୍କାର ଦିଆଯାଇଛି ।ଏହାସହ ଫିଲ୍ମରେ ତାଙ୍କର ସୁନ୍ଦର ଅଭିନୟ ଏବଂ ପ୍ରଯୋଜନ ପାଇଁ ତାଙ୍କୂ ଭିନ୍ନ ଭିନ୍ନ ରାଜ୍ୟର ସରକାରଙ୍କ ଦ୍ୱାରା ମଧ୍ୟ ସମ୍ମାନିତ କରାଯାଇଛି ।