କୋଲକତା(ଏଟିଆର ବ୍ୟୁରୋ):ହୃଦଘାତରେ ଶିକାର ହୋଇଥିବା ବିସିସିଆଇର ସଭାପତି ସୈାରଭ ଗାଙ୍ଗୁଲି ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଛନ୍ତି । ଗତକାଲି ତାଙ୍କର ଡିସଚାର୍ଜ ହୋଇଥିଲା କିନ୍ତୁ ସୈାରଭ ତାଙ୍କ ନିଜ ଇର୍ଚ୍ଚାରେ ଗୋଟେ ଦିନ ହସ୍ପିଟାଲରେ ରହିଥିଲେ ।
ସୈାରଭଙ୍କର ଆଞ୍ଜିସପୋଷ୍ଟି ପରୀକ୍ଷା ପରେ ଡାକ୍ତରମାନେ ଜାଣିଥିଲେ ତାଙ୍କ ହାର୍ଟରେ ୩ଟି ବ୍ଲକେଜ ରହିଛି । କିନ୍ତୁ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ଡାକ୍ତରମାନେ କହିଛନ୍ତି ।
ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ହସ୍ପିଟାଲର ସମସ୍ତ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏବଂ ସେ ଏବେ ପୁରା ସୁସ୍ଥ ଅଛନ୍ତି ବୋଲି କହିଛନ୍ତି ।