ଭୁବନେଶ୍ୱର(ଏଟିଆର ବ୍ୟୁରୋ): ୩ଦିନ ଭିତରେ ସରାକାରୀ ବାସଭବନ ଛାଡିବା ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୂର୍ବତନ ବିଧାୟକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ମାସ ୧୬ ତାରିଖରେ ବାଚସ୍ପତି ପୂର୍ବତନ ବିଧାୟକ ମାନଙ୍କୁ ମାସେ ଭିତରେ ସରକାରୀ ବାସଭବନ ଛାଡିବା ପାଇଁ କହିଥିଲେ । ଏହା ସହ କ୍ୱାର୍ଟର୍ସ ନଛାଡିଲେ ପାଣି ଓ ବିଦ୍ୟୁତ ସଂଯୋଗ କଟା ହେବ ବୋଲି ମଧ୍ୟ କହିଥିଲେ ।
ତେବେ ବହୁ ପୂର୍ବତନ ନେତା ଓ ମନ୍ତ୍ରୀ କାର୍ଯ୍ୟକାଳ ସରିଲା ପରେ ମଧ୍ୟ ବାସଭବନ ଛାଡୁ ନଥିବାରୁ ନୂତନ ନିର୍ବାଚିତ ହୋଇଥିବା ବିଧାୟକ ଓ ମନ୍ତ୍ରୀ ମାନଙ୍କୁ କ୍ୱାର୍ଟର୍ସ ଦେଇ ହେଉନାହିଁ । ତେବେ ଆସନ୍ତ ମାସରେ ବିଧାୟକ ମାନଙ୍କ ପାଇଁ ତିଆରି ହେବାକୁ ଯାଉଥିବା ବହୁତଳ ପ୍ରାସାଦ ନିର୍ମାଣ ପାଇଁ ବିଧାୟକ ମାନଙ୍କୁ ଅନ୍ୟ କେଉଁଠି ଥଇଥାନ କରିବା ପାଇଁ ପଡିବ । ସେଥିପାଇଁ ପୂର୍ବତନ ବିଧାୟକ ମାନଙ୍କୁ ସରକାରୀ କ୍ୱାର୍ଟର୍ସ ଛାଡିବା ପାଇଁ ବାଚସ୍ପତି ବିଧାୟକ ମାନଙ୍କୁ ତାଗିଦ କରିଛନ୍ତି ।