ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନୂଆ ମୋଟର ଭେଇକିଲ ଆକ୍ଟ ଆସିବା ପରେ ଏବେ ଆରଟିଓ ଅଫିସରେ ନାହିଁ ନଥିବା ଭିଡ । ସୋରିଷ ବୁଣିବାକୁ ଯାଗା ନାହିଁ । ଏହା କେବଳ ଯେ ରାଜଧାନୀରେ ତା ନୁହେଁ ସବୁ ଆରଟିଓ ଅଫିସରେ ଏବେ ସମାନ ଅବସ୍ଥା । ତେବେ ସାଧାଣରଣ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆଜିଠାରୁ କ୍ୟାମ୍ପ ଖୋଲିବ । ଆଜିଠାରୁ ସହିଦ ନଗର ବିଏମ୍ସି ୱାର୍ଡ ଅଫିସ ଏବଂ ଙଝଜଞଉ ପରିସରରେ ଲୋକଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ଯୋଗାଇ ଦିଆଯିବ ।
ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ପାଇଁ ଆସୁଥିବା ବ୍ୟକ୍ତି ଆବେଦନ ଫର୍ମର କପି ଓ ଆକ୍ନଲେଜମେଣ୍ଟ, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ବ୍ଲଡ ଗ୍ରୁପ ସାର୍ଟିଫିକେଟ ଆଣିବାକୁ କୁହାଯାଇଛି । ଅକ୍ଟୋକର ୪ ତାରିଖ ଯାଏଁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଏହି ସୁବିଧା ମିଳିବ। ଅନ୍ୟପଟେ ଆରଟିଓକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାରକଙ୍କ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ରାଜ୍ୟ ସରକାର ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହି ନୂଆ ମୋଟର ଭେଇକିଲ ଆକ୍ଟକୁ ରାଜ୍ୟରେ ତିନିମାସ ପର୍ଯ୍ୟନ୍ତ କୋହଳ କରିଛନ୍ତି । ଏହି ତିନି ମାସ ମଧ୍ୟରେ ସମସ୍ତ କାଗଜ ପତ୍ର ଠିକ କରିବାକୁ ନିର୍ଦେଶ ଦିଆଯାଇଛି ।