କଟକ (ଏଟିଆର ବ୍ୟୁରୋ): ଆଜି ହାଇକୋର୍ଟରେ ସ୍ୱତନ୍ତ୍ର ବେଞ୍ଚ ବସିବ । ଶନିବାର ହାଇକୋର୍ଟ ଛୁଟି ଥିଲେ ମଧ୍ୟ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚରେ ବିଭିନ୍ନ ମାମଲାର ଶୁଣାଣି କରିବେ । ଏହି ସ୍ୱତନ୍ତ୍ର ବେଞ୍ଚରେ ତଳ କୋର୍ଟରେ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ମାମଲାର ଶୁଣାଣି କରାଯିବ । ଏଠାରେ ୩ଟି ଖଣ୍ଡପୀଠରେ ପଡିଥିବା ବିଭିନ୍ନ ମାମଲାର ଶୁଣାଣି ହେବ । ଏହି ସ୍ୱତନ୍ତ୍ର ଖଣ୍ଡପୀଠରେ ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ବି.ପି, ରାଉତରାୟ, ଜଷ୍ଟିସ ପ୍ରମଥ ପଟ୍ଟନାୟକ ଓ ଜଷ୍ଟସ ଏ.କେ. ମିଶ୍ର ଏହି ସବୁ ମାମଲା ଗୁଡିକର ଶୁଣାଣି କରିବେ ।
ତେବେ ଏହି ଖଣ୍ଡପୀଠରେ ବିଶେଷ କରି ୫ବର୍ଷରୁ ଅଧିକ ସମୟ ହେବ ସଜା କାଟୁଥିବା ଅପରାଧୀଙ୍କ ଅପିଲକୁ ନେଇ ଶୁଣାଣି କରାଯିବ । ହାଇକୋର୍ଟ ଏଭଳି ସ୍ୱତନ୍ତ୍ର ପଦକ୍ଷେପ ଜେଲ ଉପରୁ ଚାପ କମାଇବାକୁ ନେଇଥିବା ଜଣାପଡିଛି । ତେବେ ଏହି ଖଣ୍ଡପୀଠରେ ୬୯ଟି ମାମଲାର ଶୁଣାଣି କରିବାକୁ କୋର୍ଟ ପକ୍ଷରୁ ଧାର୍ଯ୍ୟ କରାଯାଇଛି ।