ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି କୋଭିଶିଲ୍ଡ ଟୀକା ନେଇ ବିଦେଶ ଯାତ୍ରା କରିପାରିବେ ଉଚ୍ଚଶିକ୍ଷା ଏବଂ ନିଯୁକ୍ତି ପାଇଁ ଥିବା ଛାତ୍ରଛାତ୍ରୀ । କୋଭିସିଲ୍ଡର ଟୀକାର ଦୁଇଟି ଡୋଜ ନେଇଥିଲେ ବିଦେଶ ଯାତ୍ରା ପାଇଁ ଅନୁମତି ରହିଛି । ସେଥିପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଟୀକାକରଣର ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର । ଏହାସହିତ ଏହି ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ଥା ଦୁଇଟି ସ୍ଥାନରେ କରାଯାଉଛି ।
ବିଏମସି ପକ୍ଷରୁ ଖୋର୍ଦ୍ଧା ପିଏନ କେଲଜରେ ଏହି ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର କରାଯାଇଥିବା ବେଳେ ସିଏମସି ପକ୍ଷରୁ ଗୋପାଳପୁର ସ୍ଥିତ ସିଏମସି କଲ୍ୟାଣ ମଣ୍ଡପରେ ଟୀକାକରଣ ବ୍ୟବସ୍ଥା କରାଯାଇଛି । ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ ଏହି ସ୍ଥାନକୁ ସିଧାସଳଖ ଯାଇ ଟୀକା ଦେଇପାରିବେ । ସୋମବାରଠୁ ଶୁକ୍ରବାର ପର୍ଯ୍ୟନ୍ତ ଏଠାରେ ଟୀକା ଦିଆଯିବ । ପ୍ରଥମ ଡୋଜ ନେବାର ୨୮ ଦିନ ପରେ ନେଇ ପାରିବେ ଦ୍ୱିତୀୟ ଡୋଜ ।