ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ କଡାକଡି ହେବ କରୋନା କଟକଣା । କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠୂ ସମଗ୍ର ରାଜ୍ୟରେ ୧୦ଦିନିଆ ସ୍ପେସାଲ ଡ୍ରାଇଭି ଆରମ୍ଭ ହେବ । ଏହାସହ ମାସ୍କ ଓ ସାମାଜିକ ଦୂତତା ପ୍ରତି ସଚେତନ ମଧ୍ୟ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୋଲିସ ଡିଜିଙ୍କୁ ସ୍ପେସାଲ ଡ୍ରାଇଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ରାଜ୍ୟରେ କରୋନାର ସ୍ଥିତି ବିଗିଡିବା ନେଇ ଗତକାଲି ମୂଖ୍ୟମନ୍ତ୍ରୀ ଏହାର ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ନିୟମ ଆଜିଠାରୁ କଡାକଡି ହେବ । ସାରା ରାଜ୍ୟରେ ପୋଲି ମୁତୟ୩ନ କରି ସ୍ପୋଶାଲ ଡ୍ରାଇଭ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଡ୍ରାଇଭ ଆଜିଠାରୁ ଆରମ୍ଭ ହୋଇ ୧୬ତାରିଖ ପର୍ଯ୍ୟନ୍ତ ଚାଲୁରହିବ । କୋଭିଡର ସମସ୍ତ ନିୟମ ପାଳନ କରିବା ନେଇ ପୋଲିସ ଡିଜି ଅନୁରୋଧ କରିଛନ୍ତି ।
ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡ଼ିକରେ କରୋନା ସଂକ୍ରମଣ ବଢ଼ୁଥିବା ଦେଖି ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।ଅକ୍ସିଜେନର ସୁବିଧା ଯୋଗାଇ ଦେବା ସହ ଅଧିକ ସଂଖ୍ୟକ ଡାକ୍ତର,ପାରାମେଡିକାଲ ଷ୍ଟାଫ ଓ ଲ୍ୟାବ ମୁତୟନ କରିବା ପାଇଁ ନର୍ଦ୍ଦେଶ ଦେଇଛନନ୍ତି ।
ଆମ୍ବୁଲାନ୍ସ ନଆସିବା କିମ୍ବା ହସ୍ପିଟାଲରେ ବେଡ୍ ନଥିବା ଭଳି ସମସ୍ୟାକୁ ଆଦୌ ଗ୍ରହଣ କରାଯିବନି । ଏନେଇ ଯେମିତି କୌଣସି ଅଭିଯୋଗ ସେନେଇ ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଆବଶ୍ୟକ ପଡିଲେ କଡା ପଦକ୍ଷେନ ନିଆଯିବ ।