ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ବାତିଲା ହେଲା ସ୍ୱତନ୍ତ୍ର ପାସ୍ ବ୍ୟବସ୍ଥା । ଏଣିକି ଆଉ ଜରୁରୀକାଳୀନ ସେବା ପାଇଁ ଲୋକଙ୍କୁ ଦିଆ ଯିବ ନାହିଁ ପାସ୍ । ଏଥିପାଇଁ କେବଳ ଆପଣଙ୍କୁ ଆପଣଙ୍କର ପରିଚୟ ପତ୍ର ଦେଖାଇବାକୁ ପଡିବ । ପାସ୍ ପାଇଁ ଲୋକେ ଥାନା ସାମ୍ନାରେ ଭିଡ ଜମାଇବାରୁ ପୋଲିସ କମିଶନରଙ୍କ ପକ୍ଷରୁ ଆଜି ପୁଣି ଏଭଳି ଏକ ନିଷ୍ପତି ନିଆଯାଇଛି ।
ପୋଲିସ କମିଶନରଙ୍କ କହିବାନୁଯାୟୀ, ଆମେ ଏବେ ଏକ ଆଇଟି ପ୍ଲାଟଫର୍ମ ପ୍ରସ୍ତୁତ କରୁଛି । ଏହି ଆଇଟି ପ୍ଲାଟଫର୍ମ ଆସନ୍ତାକାଲି ସୁଦ୍ଧା ପ୍ରସ୍ତୁତ ହୋଇଯିବ । ଏହାପରେ ଲୋକେ ଏହି ପ୍ଲାଟଫର୍ମ ଯୋଗେ ଜରୁରୀ ସୁବିଧା ପାଇ ପାରିବେ ।
ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ଚାରିଆଡେ ଲକ୍ ଡାଉନ୍ ଘୋଷଣା ହୋଇଥିବା ବେଳେ ଲୋକେ ଏହାକୁ ନମାନିବାରୁ ପୋଲିସ ପକ୍ଷରୁ ସୁରକ୍ଷା କଡାକଡି କରାଯିବା ସହ ଜରୁରୀକାଳୀନ ସେବା ପାଇଁ ପାସ୍ ନିହାତି ଆବଶ୍ୟକ ବୋଲି ଗତକାଲି ଘୋଷଣା କରାଯାଇଥିଲା । ଯେଉଁମାନଙ୍କର ଜରୁରୀ ଅଛି ସେମାନେ ଏହି ପାସ୍ ସ୍ଥାନୀୟ ପୋଲିସ ଥାନାରୁ ଆଜି ସନ୍ଧ୍ୟା ସୁଧା ନେବା ପାଇଁ କୁହାଯାଇଥିଲା ।