ପୁରୀ (ଏଟିଆର ବ୍ୟୁରୋ): ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଶୃଙ୍ଖଳିତ ଭାବେ ରଥଟଣା ଲାଗି ମକଡ୍ରିଲ ଶେଷ ହୋଇଛି । ନବଯୌବନ ଦର୍ଶନ ପାଇଁ ଆଜି ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ ଆସନ୍ତାକାଲି ରଥଯାତ୍ରାରେ ନିୟୋଜିତ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ।
ସେହିପରି ସ୍ୱତନ୍ତ୍ର ଭାବେ ଟ୍ରାଫିକ ମୋବିଲିଟି ପ୍ଲାନ କରାଯାଇଛି । ଆଜିଠୁ ଏହା ଲାଗୁ ହୋଇ ଆସନ୍ତା ୨୧ ତାରିଖ ଯାଏଁ ରହିବ । ଦୁଇ ଚକିଆ ଗାଡି ପାଇଁ ୨୪ ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । ଏହାସହିତ ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଚାରି ଚକିଆ ଗାଡି ତାଳବଣିଆ ଓ ଗ୍ରୀଡ ଷ୍ଟେସନ ଛକ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ଗାଡି ଫ୍ଲୋରିସ ଇଣ୍ଡିଆରେ ପାର୍କିଂ କରାଯିବ ।