ଭୁବନେଶ୍ୱର (ଏଟିଆର ବ୍ୟୁରୋ); ରାଜ୍ୟରେ କରୋନା ଟୀକାକରଣ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଅନଲାଇନରେ ଖାଦ୍ୟ ଡେଲିଭର କରୁଥିବା ଜୋମାଟୋ ଏବଂ ସ୍ୱିଗି ଏଜେଣ୍ଟଙ୍କ ପାଇଁ ଆଜିଠୁ ଟୀକାକରଣର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗଜପତି ନଗରରେ ଥିବା ସପ୍ତମ ବାଟାଲିୟନ ହାଇସ୍କୁଲ ପରିସରରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ କେନ୍ଦ୍ର କରାଯାଇଛି । ସେଠାକୁ ସ୍ୱିଗି ଏବଂ ଜୋମାଟୋ ଏଜେଣ୍ଟ ନିଜର ପରିଚୟ ପତ୍ର ଦେଖାଇ ଟୀକା ଦେଉଛନ୍ତି ।
ଯେପରି ହୋମ ଡେଲିଭରୀ ସୁରକ୍ଷିତ ରହିବ ସେନେଇ ବିଏମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପଟେ ନୟାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରେଷ୍ଟୁରାଣ୍ଟ ଆସୋସିଏସନ୍ କର୍ମଚାରୀଙ୍କୁ ଟୀକା ଦିଆଯାଉଛି ।