ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତରେ ଆଉ ଏକ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି । ରୁଷ ଦ୍ୱାରା ପ୍ରସ୍ତୁତ ହୋଇଥିବା ସ୍ଫୁଟନିକ-ଭି କୁ ଭାରତରେ ବ୍ୟବହାର କରିବା ପାଇଁ ସଙ୍କେତ ମିଳିଛି । ଦେଶରେ କରୋନା ସଂକ୍ରମଣ ପୁଣିଥରେ ଦ୍ରୁତ ଗତିରେ ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସ୍ଫୁଟନିକ-ଭି ଟିକାକୁ ମଞ୍ଜୁରୀ ଦେଇଛନ୍ତି ।
କମିଟିର ଏହି ଅନୁମୋଦନ ପ୍ରସ୍ତାବ ଚୂଡାନ୍ତ ପାଇଁ ମଞ୍ଜୁରୀ ପାଇଁ ଡିସିଜିଆଇ ପାଖକୁ ପଠାଯାଇଥିଲା । ଡିସିଜିଆଇ ମଧ୍ୟ ଭାରତରେ ଏହାର ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଯଦି ଡିସିଜିଆଇ ସତରେ ଏହାକୁ ମଞ୍ଜୁରି ଦେଇଥିବେ ତେବେ ଏହା ଖୁବ ଶୀଘ୍ର ଦେଶରେ ଆରମ୍ଭ ହେବ । ଭାରତରେ ସ୍ପୁଟନିକ ଭି ଟିକାର ଉତ୍ପାଦନ ଦାୟିତ୍ୱ ଡା ରେଡ୍ଡୀ ଲ୍ୟାବ୍କୁ ମିଳିଛି। ମର୍ଡନ ଓ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ପରେ ସ୍ପୁଟନିଭ ଭି କରୋନାକୁ ମାତ୍ ଦେବାରେ ୯୧.୬% ସକ୍ଷମ ବୋଲି ବିଭିନ୍ନ ପରୀକ୍ଷାରୁ ଜଣାପଡ଼ିଛି।
ପୂର୍ବରୁ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ତିଆରି କରିଥିବା କୋଭାକ୍ସିନ ଟିକାକୁ ଦେଶରେ ବ୍ୟବହାର ପାଇଁ ଡିସିଜିଆଇ ମଞ୍ଜୁରୀ ଦେଇଥିଲା। ତେଣୁ ସ୍ପୁଟନିକ ଭି ତୃତୀୟ ଟିକା ଭାବେ ଦେଶରେ ବ୍ୟବହାର ପାଇଁ ଅନୁମତି ପାଇଛି।