ବ୍ରହ୍ମପୁର(ଏଟିଆର ବ୍ୟୁରୋ):ଗୋପାଳପୁରଠାରେ ଥିବା ଶ୍ରଦ୍ଧାସଞ୍ଜିବନି ନାମକ ଶିଶୁ ଗୃହରେ ଏକ ନିଆରା ବିବାହ ଆୟୋଜିତ ହୋଇଛି । ଏହି ଗୃହ ପରିସରରେ ଦୁଇ ଏଚଆଇଭି ସଂକ୍ରମଣରେ ସଂକ୍ରକିତ ହୋଇଥିବା ଯୁବକ ଓ ଯୁବତୀଙ୍କ ବିବାହ ଅନୁଷ୍ଠିତ ହୋଇଛି ।
ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ଜରିଆରେ ନବ ଦମ୍ପତିଙ୍କୁ ଆର୍ଶୀବାଦ ଦେବାସହ ତାଙ୍କର ନୂତନ ଜୀବନ ପାଇର୍ ଶୁଭକାମନା ଜଣାଇଛନ୍ତି । ଜିଲ୍ଲାପାଳ ଅମୃତ କୁଲାଙ୍ଗେଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ ।ନବ ଦମ୍ପତ୍ତି ଏଠାରେ ପାଠ ପଢିବା ସହ ଆତ୍ମ ନିର୍ଭରଶୀଳ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କ ଇଚ୍ଛା ପ୍ରକାରେ ବିବାହର ଆୟୋଜନ କରାଯାଇଥିବା ଗଞାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିିତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କନ୍ୟା ପିତା ସାଜି କନ୍ୟାଦାନ କରିଥିଲେ। ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ପୁଅକୁ ୪୦ ହଜାର ଓ ଝିଅକୁ ୫୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି।ଏଭଳି ନିଆରା ବାହାଘରକୁ ସମସ୍ଥେ ବେଶ୍ ପ୍ରଶଂସା କରିଛନ୍ତି ।