ଭୁବନେଶ୍ୱର (ଏଟିଆର ବ୍ୟୁରୋ); କଂଗ୍ରେସରୁ ତଡା ଖାଇଲେ ଦୁଇ ବରିଷ୍ଠ ନେତା । କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ ଦଳ ପ୍ରାଥମିକ ସଦସ୍ୟ ପଦ ରଦ୍ଦ କରିଛି । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେବା ମହଙ୍ଗା ପଡିଛି ଉଭୟଙ୍କୁ । ଦଳରେ ଥାଇ ଦଳ ବିରୋଧୀ ମନ୍ତବ୍ୟ ଦେବାରୁ ଦଳରୁ ବହିଷ୍କାର କରାଯାଇଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ପିସିସି ପୁନର୍ଗଠନ ହେବା ପରେ ପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦ ସୃଷ୍ଟି କରିଥିଲେ ଶ୍ରୀକାନ୍ତ । ଏପରିକି ଶ୍ରୀକାନ୍ତଙ୍କ ଛତ୍ର୍ରଛାୟା ତଳେ ରହି ବିରୋଧୀ ଦଳ ନେତାଙ୍କ କାର୍ୟ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ କୃଷ୍ଣ ସଗରିଆ । ଏହାପରେ ପିସିସି ସଭାପତିଙ୍କ ବିରୋଧରେ ମନ୍ତବ୍ୟ ଦେଇ ହରଡ଼ଘଣାରେ ପଡିଥିଲେ ଶ୍ରୀକାନ୍ତ । ଯାହାର ଫଳ ସ୍ୱରୁପ ଉଭୟଙ୍କ ବିରୋଧରେ କାଯ୍ୟାନୁଷ୍ଠାନ ହୋଇଛି
।