ବ୍ରିଷ୍ଟୋଲ (ଏଟିଆର ବ୍ୟୁରୋ); କ୍ରିକେଟ ମହାକୁମ୍ଭରେ ଆଜି ଏସିଆ ମହାଦେଶର ଦୁଇ ଦଳ ମଧ୍ୟରେ ଟକ୍କର ହେବାକୁ ଯାଉଛି । ଶ୍ରୀଲଙ୍କା ଏବଂ ବାଲାଂଦେଶ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ । ଉଭୟ ଦଳ ତିନୋଟି ଲେଖାଏଁ ମ୍ୟାଚ ଖେଳି ଗୋଟିଏ ବିଜୟ ହୋଇଛନ୍ତି । ତେବେ ଶ୍ରୀଲଙ୍କାର ଗୋଟିଏ ମ୍ୟାଚ ବାତିଲ ହୋଇଥିବାରୁ ଦଳ ଏକ ପଏଣ୍ଟ ପାଇଥିଲା । ଏଣୁ ଦଳ ତିନି ପଏଣ୍ଟ ପାଇଥିବା ବେଳେ ବାଲାଂଦେଶ ଦକ୍ଷିଣ ଆଫ୍ରିକାକୁ ହରାଇ ୨ ପଏଣ୍ଟ ପାଇଛି ।
ବାଲାଂଦେଶ ଦଳରେ ଯୁବ ଖେଳାଳି ଅଧିକ ଅଛନ୍ତି । ତେବେ ସମସ୍ତେ ଭଲ ଫର୍ମରେ ମଧ୍ୟ ରହିଛନ୍ତି । ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ସକିବ ଅଲ ହାସନ ଏବେ ଦମଦାର ଫର୍ମରେ ଅଛନ୍ତି । ସେ ଶକ୍ତିଶାଳି ଇଂଲଣ୍ଡ ବିପକ୍ଷରେ ଶତକୀୟ ପାଳି ଖେଳିଥିଲେ । ଯଦିଓ ଦଳ ହାରିଥିଲା କିନ୍ତୁ ସାକିବଙ୍କ ଶତକୀୟ ପାଳି ବେଶ ମନୋହର ଥିଲା । ବାକି ଦୁଇଟି ଯାକ ମ୍ୟାଚରେ ମଧ୍ୟ ବଡ ସ୍କୋର କରିଥିଲେ ସାକିବ । ଏଣୁ ଆଜିର ମ୍ୟାଚରେ ତାଙ୍କ ଉପରେ ରହିବ ସମସ୍ତଙ୍କ ନଜର ।
ଶ୍ରୀଲଙ୍କା ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆଫଗାମନିସ୍ତାନକୁ ହରାଇ ପୁଣିଥରେ ସିରିଜକୁ କମବ୍ୟାକ କରିଥିଲା । ତେବେ ତୃତୀୟ ମ୍ୟାଚରେ ପାକିସ୍ତାନ ସାମନାରେ ରହିଥିଲା । କିନ୍ତ ବର୍ଷା ବାଧକ ସାଜିଥିଲା । ଶେଷରେ ପଏଣ୍ଟ ଭାଗ କରିଥିଲେ ଦୁଇ ଦଳ । ଶ୍ରୀଲଙ୍କା ବୋଲିଂରେ ଘାତକ ମାଲିଙ୍ଗାଙ୍କ ଉପରେ ନିର୍ଭର କରିବ ।