ପୁରୀ(ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କଟକଣା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଶ୍ରୀମନ୍ଦିର କୋଭିଡ କଟକଣା ଲାଗୁ କରାଯିବ । ସପ୍ତାହ ମଧ୍ୟରେ ଗୋଟେ ଦିନ ବନ୍ଦ ରହିବ ମନ୍ଦିର । ଆଗାମୀ ସପ୍ତାହରୁ ଲାଗୁ ରହିବ ଏହି କଟକଣା । ଶ୍ରୀମନ୍ଦିର ସାନିଟାଇଜ କରିବା ପାଇଁ ସପ୍ତାହରେ ଗୋଟେ ଦିନ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରିବା ପାଇଁ ଛତିଶା ନିଜୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ପ୍ରଶାସନ ନିବେଦନ କରିଛି ।ସେହିପରି ମାସ୍କ,ସାନିଟାଇଜର ବ୍ୟବହାର କରିବା ଓ ସାମାଜିକ ଦୂରତା ରକ୍ଷା କରିବା ଦିଗରେ ଧ୍ୟାନ ଦେବ ପ୍ରଶାସନ । ଆସନ୍ତା ୨ ରୁ ୩ ଦିନ ମଧ୍ୟରେ ପ୍ରଶାସନ ଚୂଡାନ୍ତ ନିଷ୍ପତ୍ତି ନେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାରେ କହିଛନ୍ତି ।
ଆସନ୍ତା ୨୮ ତାରିଖରେ ଦୋଳ ପୂର୍ଣ୍ଣିମାରେ ହେବାକୁ ଥିବା ସୁନାବେଶକୁ ଶୃଙ୍ଖଳିତ କରାଯିବ ବୋଲି ବୈଠକରେ ଆଲୋଚନା କରାଯିବ । ନାଭାର୍ଜୁନ ବେଶ ଲାଗି ହୋଇଥିବା ନିଷ୍ପର୍ତ୍ତି ବିବାଦ ନେଇ ୨ ସେବାୟତ ନିଯୋଗ ସହିତ ଜିଲ୍ଲାପାଳ ଆଲୋଚନା କରିବା ନେଇ ସ୍ପଷ୍ଟ କରିଛନ୍ତି ।
ନୀତି ନିର୍ଘଣ୍ଟରେ ମଧ୍ୟ ଅନେକ ବିଳମ୍ବ ହୋଇଥିଲା ଓ ବୁଧବାର ୨ ସେବାୟତ ଗୋଷ୍ଠୀଙ୍କ ସହ ଏକାଠି ଆଲୋଚନା କରିବା ସହ ସମସ୍ୟାର ସମାଧାନ କରିବେ ଓ ସୁନାବେଶ ନୀତିକାନ୍ତି ଠିକ ସମୟରେ ହେବ ବୋଲି କୁହାଯାଇଛି ।