ପୁରୀ(ଏଟିଆର ବ୍ୟୁରୋ:ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ଇନଷ୍ଟାଗ୍ରାମରେ ସାଲିନି ଫସୀ ଓ ଇଣ୍ଡିଆନ ଟେମ୍ପଲର ଦୁଇଟି ଆକାଉଣ୍ଟରେ ଶ୍ରୀମନ୍ଦିରର ଏହି ଫଟୋ ଭାଇରାଲ ହୋଇଛି । ଦକ୍ଷିଣଦ୍ୱାର ପକ୍ଷ ମନ୍ଦିରର ଭିତର ଫଟୋ ଭାଇରାଲ ହୋଇଥିବାର ଜଣାପଡିଛି ।
ସିଂହଦ୍ୱାର ନିକଟରେ ସ୍ୱତନ୍ତ୍ର ଚେକିଂର ବ୍ୟବସ୍ଥା ରହିଥିବା ବେଳେ କିଭଳି ଭକ୍ତ ଜଣଙ୍କ ମନ୍ଦିର ଭିତରକୁ ମୋବାଇଲ ନେଇ ଗଲେ ଏବଂ ସେଠାରେ କିଭଳି ଭାବେ ଫଟୋ ଉତ୍ତଳନ କଲେ ଏନେଇ ପ୍ରଶ୍ନ ଉଠୁଛି ।
ଏହା ପୂର୍ବରୁ ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲ୍ଫୀର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅତୀତରେ ଶ୍ରୀମନ୍ଦିର ଭିତର ଅନେକ ଫଟୋ ସୋସିଆଲ ମେଡ଼ିଆରେ ପ୍ରକାଶ ପରେ ବିବାଦ ସାମ୍ନାକୁ ଆସିଥିଲା । ଏବେବି ଶ୍ରୀମନ୍ଦିର ଉପରୁ ଡ଼୍ରୋନ୍ ଯୋଗେ ନିଆଯାଇଥିବା ଭିଡ଼ିଓ ସୋସିଆଲ୍ ମେଡ଼ିଆରେ ଦେଖିବାକୁ ମିଳେ।