ପୁରୀ(ଏଟିଆର ବ୍ୟୁରୋ): ରାତି ସାରା ଖୋଲା ରହିବ ଶ୍ରୀମନ୍ଦିର । ରାତିରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ ମାନେ । ଆସନ୍ତା ୨୬ ତାରିଖରେ ସୂର୍ଯ୍ୟପରାଗ ପାଇଁ ଶ୍ରୀମନ୍ଦିର ରାତି ସାରା ଖୋଲା ରହିବାର ଯୋଜନା ମିଳିଛି । ୨୬ ତାରିଖ ଦିନ ସୂର୍ଯ୍ୟପରାଗ ପାଇଁ ୨୫ ତାରିଖରେ ଶ୍ରୀମନ୍ଦିର ରାତି ସାରା ଖୋଲା ରହିବ । ସୂଚନା ଅନୁସାରେ ୨୬ ତାରିଖ ସକାଳ ୮ଟା ୨୦ ମିନିଟିରେ ସୂର୍ଯ୍ୟଙ୍କୁ ଗ୍ରହଣ ଛୁଇଁବ । ତେଣୁ ୨୫ ତାରିଖ ରାତି ୮ଟା ୨୦ ମିନିଟରୁ ପାକତ୍ୟାଗ ସହ ଅନ୍ନଭୋଜନ ଓ ଦେବନୀତି ନିଷେଧ କରାଯାଇଛି ।
୨୫ ତାରିଖ ସକାଳୁ ୨୬ ତାରିଖ ୮ଟା ୨୦ ମିନିଟି ପର୍ଯ୍ୟନ୍ତ ଶ୍ରୀମନ୍ଦିର ପହୁଡ ସହ ସମସ୍ତ ନୀତି ନିଷେଧ କରାଯାଇଛି । ପହୁଡ ନୀତି ହୋଇ ନଥିବାରୁ ୨୫ ତାରିଖ ରାତିସାରା ମନ୍ଦିର ଖୋଲା ରହିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହା ସହ ମନ୍ଦିର ଭିତରକୁ ଭକ୍ତ ମାନେ ଯାଇପାରିବେଏବଂ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି । ତେବେ କେତେ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିହେବ ସେନେଇ କୌଣସି ନିଷ୍ପତି ନିଆଯାଇ ନାହିଁ । ୨୬ ତାରିଖ ଦିନ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ମହାସ୍ନାନ କରାଯିବ । ଏହାପରେ ବିଭିନ୍ନ ନୀତିକାନ୍ତି ଆରମ୍ଭ କରାଯିବ ।