ପୁରୀ(ଏଟିଆର ବ୍ୟୁରୋ):ପୁରୀ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି ।ଉକ୍ତ ବଜେଟକୁ ଆଗାମୀ ଦିନରେ ହେବାକୁ ଥିବା ପରିଚାଳନା କମିଟିରେ ଅନୁମୋଦିତ କରାଯିବ । ଏନେଇ ମନ୍ଦିର ପ୍ରଶାସକଙ୍କ ସୂଚନା ଦେଇଛନ୍ତି ।
ସେହିପରି ମନ୍ଦିର ନିର୍ମାଣ ପାଇଁ ୧୧ କୋଟି ଟଭ୍କା ବ୍ୟୟବରାଦ ହୋଇଥିବା ବେଳେ ସେବାୟତଙ୍କ ଚିକିତ୍ସିତ ସୁବିଧା ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।ଏବଂ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟ ବରାଦ କରାଯାଇଛି ।
ତେବେ ଦୁଇଟି ଧର୍ମଶାଳା କାମ ପ୍ରାୟତଃ ଶେଷ ହୋଇସାରିଲାଣି । ଗୋଟିଏ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ ବୋଲି ଅର୍ଥ ସବକମିଟି ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଖଣି ଖାଦନରୁ ୧୦ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ କରାଯିବ ।
୨୦୨୩ ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା ହଜାର କୋଟି କରିବାକୁ ଉଦ୍ୟମ କରାଯାଇଛି । ବଡଦାଣ୍ଡ ଓ ଶ୍ରୀମନ୍ଦିର ସୁରକ୍ଷା ପାଇଁ କଡା ପଦକ୍ଷେପ ମଧ୍ୟ ନିଆଯାଇଛି । ଏନଏସଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ମନ୍ଦିର ପ୍ରଶାସନ ତିନିଟି ପ୍ରସ୍ତାବ ଉପରେ ଅବଗତ କରାଯିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତ