ପୁରୀ ( ଏଟିଆର ବ୍ୟୁରୋ): ସୁଆର ବଡୁ ସେବାୟତ ରାଜା ରାମ ମେକାପ ନୀତ ନ କରି ସହଯୋଗ ନ କରିବାରୁ ଆଜି ଶ୍ରୀମନ୍ଦିରରେ ଦୁଇ ଘଣ୍ଟା ନୀତି ବିଳମ୍ବ ହୋଇଛି । ତିନି ମାସ ହେଲା ପାଉଣା ନ ମିଳିବାରୁ ସେମାନେ କାର୍ଯ୍ୟ କରିନଥିବା ଜଣାପଡିଛି । ଏହି ବିବାଦ ଯୋଗୁ ଆଜି ମହାପ୍ରଭୁଙ୍କ ଗୋପାଳ ବଲ୍ଲଭ ନୀତିରେ ବିଳମ୍ବ ହୋଇଛି । ସେମାନେ ଅଭିଯୋଗ କରିଛନ୍ତି ସେମାନଙ୍କୁ ୩ ମାସ ହେଲା ପାଉଣା ମିଳିନଥିବା ସେମାନେ ପ୍ରଶାସନ ଆଗରେ ବାରମ୍ଭାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସସନ ସେଥିପ୍ରତି କର୍ଣ୍ଣପାତ କରୁନାହିଁ ।
ତେଣୁ ସେମାନେ ଆଜି ବାଧ୍ୟ ହୋଇଛନ୍ତି ନୀତି ବନ୍ଦ କରିବାକୁ । ଯେଉଁଥି ପାଇଁ ସେମାନେ ନୀତି କରିବେ ନାହିଁ ବୋଲି ନିଜ୍ ଜିଦ୍ରେ ୨ ଘଣ୍ଟା ଅଡ଼ି ବସିଥିଲେ। ପରେ ଅନ୍ୟସେବାୟତ ଓ ପ୍ରଶାସନ ଅଧିକାରୀ ବହୁତ ମାନେ ବୁଝାସୁଝା କରିବା ପରେ ନୀତି ଆରମ୍ଭ ହୋଇଥିଲା । ତେବେ ଖୁବ ଶିଘ୍ର ଯଦି ସେମାନଙ୍କ ବକେୟା ପାଉଣା ନ ଦିଆଯାଏ ତେବେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।