ବିଜେପୁର ( ଏଟିଆର ବ୍ୟୁରୋ): ବିଜେପୁର ଉପନିର୍ବାନ ପାଇଁ ଏବେ ବିଜେପୁର ଉଠୁଛି ଆଉ ପଡୁଛି । ତିନି ଦଳର ପ୍ରାର୍ଥୀ ପ୍ରଚାର କରିବା ଆରମ୍ଭ କରି ସାରିଲେଣି । ତେବେ ଭୋଟର ମାନଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ତିନି ଦଳ ସେମାନଙ୍କ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦଳ ପାଇଁ କିଏ ଷ୍ଟାର ପ୍ରଚାରକ ରହିଛନ୍ତି ।
କଂଗ୍ରେସ – ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି, ମନମୋହନ ସିଂପ୍ରଭାରୀ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର ପ୍ରମୁଖ ରହିଛନ୍ତି ।
ବିଜେଡି – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏୟୁ ସିଂଦେଓ, ପ୍ରସନ୍ନ ଆଚାର୍ୟ୍ୟ, ମଙ୍ଗଳା କିଷାନ, ପ୍ରଫୁଲ୍ଲ ମଲ୍ଲିକ, ରାଜା ସ୍ୱାଇଁ, ଦେବୀ ମିଶ୍ରଙ୍କ ନାମ ରହିଛି
ବିଜେପି- ରାଷ୍ଟ୍ରୀୟ କାର୍ୟ୍ୟକାରୀ ସଭାପତି ଜେପି ନଡ୍ଡା, ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ, ପ୍ରତାପ ଷଡ଼ଙ୍ଗୀ, ଗିରିଧର ଗମାଙ୍ଗ, ଜୁଏଲ ଓରାମ, ବୈଜୟନ୍ତ ପଣ୍ଡା ଓ ବସନ୍ତ ପଣ୍ଡାଙ୍କ ନାମ ରହିଛି।
ସୂଚନାଯୋଗ୍ୟ ଏହି ଆସନ ପାଇଁ ବିଜେଡିରୁ ରୀତା ସାହୁ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦିଲ୍ଲୀପ ପଣ୍ଡା ଓ ବିଜେପିରୁ ସନତ ଗଡତିଆ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ଏଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ବିଜେପୁରରୁ ବାଜି ମଧ୍ୟ ମାରିଥିଲେ ନବୀନ । ପରେ ହିଞ୍ଜିଳି ଏବଂ ବିଜେପୁରରୁ ବିଜୟ ଲାଭ କରିଥିବା ନବୀନ ବିଜେପୁର ଆସନରୁ ଇସ୍ତଫା ଦେଇଥିଲେ । ଏହାପରେ ଏହି ନିର୍ବାଚନ ମଣ୍ଡଳିର ଆସନ ଖାଲି ପଡିଥିଲା । ତେଣୁ ଏହି ଆସନ ପାଇଁ ଆସନ୍ତା ଅକ୍ଟୋବର ୨୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ଆସନ ପାଇଁ ୩୦ ତାରିଖରେ ନାମାଙ୍କନ କରିଥିଲେ ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସମେତ ୭ ଜଣ ପ୍ରାର୍ଥୀ ।