ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡ଼ିଶା ଜ୍ଞାନ ପୁଞ୍ଜରେ ବକୃତା ଦେଇ ଓଡ଼ିଶା ଆମ କ୍ରିଡା ରାଜଧାନୀ ବୋଲି କହିଛନ୍ତି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କ୍ରିକେଟର ତଥା ପୁର୍ବତନ ଭାରତୀୟ କ୍ରିକେଟ ଦଳ ଅଧିନାୟକ ଓ ଅର୍ଜୁନ ପୁରଷ୍କାର ବିଜେତା ପଦ୍ମଶ୍ରୀ ଅନିଲ କୁମ୍ବଲେ ।
‘ଭାରତୀୟ କ୍ରୀଡା ଏକ ଅନ୍ତ-ଦୃଷ୍ଟି’ ଶାର୍ଷକ ଆଲୋଚନାରେ ନିଜର ବକ୍ତବ୍ୟ ରଖି ଶ୍ରୀ କୁମ୍ବଲେ କହିଛନ୍ତି କ୍ରୀଡାକୁ କ୍ୟାରିୟର ଭାବେ ଗଢି ତୋଳିବା ପାଇଁ ବର୍ତ୍ତମାନ ପର୍ଯ୍ୟାପ୍ତ ସୁଯୋଗ ରହିଛି । କେବଳ କ୍ରିକେଟ ନୁହେଁ ସବୁ ପ୍ରକାର ସ୍ପୋର୍ଟସରେ ମଧ୍ୟ ବ୍ୟାପକ ସୁଯୋଗ ରହିଛି ଯାହାକୁ ଉପଯୋଗ କରି ଆଜି କାଲିର ଯୁବ ପୀଢି କ୍ରୀଡା କ୍ଷେତ୍ରରେ ନିଜକୁ ପ୍ରତିକ୍ଷିତ କରିପାରିବେ ।
ଆନ୍ତର୍ଜାତିକ କ୍ରୀଡା ଆୟୋଜନ କ୍ଷେତ୍ରରେ ଓଡ଼ିଶା ବହୁ ସୁନାମ ଅର୍ଜନ କରିଛି । ରାଜ୍ୟ ସରକାର ଭୁବନେଶ୍ୱରକୁ ଏକ କ୍ରୀଡା ରାଜଧାନୀ ରୂପେ ବିକଶିତ କରିଛନ୍ତି । ଏବଂ ଆଥମିକ ସ୍ତରରେ ୧୫ବର୍ଷରୁ କମ ଶିଶୁ ପ୍ରତିଭା ମାନଙ୍କୁ ଚୟନ କରି ସେମାନଙ୍କ ପ୍ରତିଭାର ବିକାଶ କରାଇପାରିଲେ କ୍ରୀଡା କ୍ଷେତ୍ରରେ ବିଶ୍ୱରେ ଖ୍ୟାତି ଅର୍ଜନ କରିହେବ ବୋଲି ଶ୍ରୀ ଅନିଲ କୁମ୍ବଲେ ପରାମର୍ଶ ଦେଇଛନ୍ତି ।