ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଖାଦ୍ୟଶସ୍ୟ ଉତ୍ପାଦନ ପାଇଁ ପୁଣି ଥରେ ଓଡ଼ିଶାକୁ ମିଳିବ କେନ୍ଦ୍ର ପୁରଷ୍କାର । କୃଷି କର୍ମଣ ପୁରଷ୍କାର ପରି ଆଉଥରେ ସମ୍ମାନିତ ହେବ ଓଡ଼ିଶା ।
ଆସନ୍ତା କାଲି ପ୍ରଧାନମନ୍ତ୍ରୀଙ୍କ ଠାରୁ ପୁରଷ୍କାର ଗ୍ରହଣ କରିବେ କୃଷି ମନ୍ତ୍ର ଅରୁଣ ସାହୁ । ବେଙ୍ଗାଲୁରରେ ଟୁମକରରେ ଆୟୋଜିତ ହେବାକୁଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଅରୁଣ ସାହୁ ପ୍ରଶଂସା ପତ୍ର ଗ୍ରହଣ କରିବେ । ପ୍ରଶଂସା ପତ୍ର ସହିତ ୧କୋଟି ଟଙ୍କାର ପୁରଷ୍କାର ରାଶି ମଧ୍ୟ ଗ୍ରହଣ କରିବେ କୃଷି ମନ୍ତ୍ରୀ ଅରୁଣ ସାହୁ ।
ଓଡ଼ିଶାର ଉନ୍ନତମାନର କୃଷି ଯୋଗୁଁ ଓଡ଼ିଶା କୁ ଦ୍ୱିତୀୟ ଶ୍ରେଣୀ ରାଜ୍ୟ ଭାବେ ଚୟନ କରିଛନ୍ତି କେନ୍ଦ୍ର ସରକାର । ଦେଶର ସାମଗ୍ରିକ କୃଷି ଉତ୍ପାଦନରେ ଓଡ଼ିଶାର ଉଲେଖନ୍ନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପୁରଷ୍କୃତ କରାଯାଉଛି ।
ଆସନ୍ତାକାଲି କୃଷିମନ୍ତ୍ରୀଙ୍କ ସମେତ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର ଓ କୃଷି ନିର୍ଦ୍ଦେଶକ ଏମ୍. ମୁଥୁକୁମାର ବେଙ୍ଗାଲୁରୁ ଗସ୍ତ କରିବେ ।