ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ବିଧାନ ସଭାରେ ବଜେଟ ଉପସ୍ଥାପିତ ହେବ । ୨୦୨୦ ଓ ୨୧ ବର୍ଷ ପାଇଁ ବଜେଟ ଆଗତ ହେବ । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନା କରିବେ । ଏହି ଅବସରରେ ଆଜି ଗୃହରେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି ।
ଆଜି ବଜେଟରେ ଅନୁମାନ କରାଯାଉଛି ସରକାର ଜନହିତକର କେତେକ ଯୋଜନା ଆଣି ପାରନ୍ତି । ବଜେଟରେ ଏଥର ଫାଇଭ ଟିକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଅନୁମାନ କରାଯାଉଛି । କୃଷି, ସ୍ୱାସ୍ଥ୍ୟ, ଶିକ୍ଷା ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯିବ ।