ଭୁବନେଶ୍ୱର ( ଏଟିଆର ବ୍ୟୁରୋ):ଗତକାଲି ଅପରାହ୍ନରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଏଥର ମୋଟ ବଜେଟର ଆକାର ରହିଛି ୧ ଲକ୍ଷ ୫୦ ହଜାର କୋଟି ଟଙ୍କା । ପ୍ରଥମ ଥର କରି ଏଥର ବଜେଟ ପେପର ଲେସ ହୋଇଛି । ଏକ ଆପ ମାଧ୍ୟମରେ ବଜେଟ ଊପସ୍ଥାପିତ କରାଯାଇଛି । ଗଛକୁ ସୁରକ୍ଷା ଦେବାକୁ ଯାଇ ବଜେଟ ପେପର ଲେସ କରାଯାଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । ତେବେ ବଜେଟ ଉପସ୍ଥାପନା ପରେ ସରକାରୀ ଓ ବିରୋଧୀ ବିଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ବଜେଟକୁ ନେଇ କିଏ କ’ଣ କହିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ- ବଜେଟ୍ ଯୁବ ଓ କ୍ରୀଡା କ୍ଷେତ୍ରକୁ ଗୁରୁତ୍ୱ ଦେବା କାରଣରୁ ଓଡ଼ିଶାର ଭବିଷ୍ୟତ ପାଇଁ ଅର୍ଥ ବିନିଯୋଗ କରାଯାଇଛି । ଓଡିଶା ବିଶ୍ୱର ଖେଳ ପାଇଁ ଗନ୍ତବ୍ୟ ସ୍ଥଳ ହେବ ।
Investment in sports is investment in youth. Investment in youth is investment in future. We will continue our identity as a global destination for sports. #NewOdishaEmpoweredOdisha.
— Naveen Patnaik (@Naveen_Odisha) February 18, 2020
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ- ଅମାପ ଖଣିଜ ସମ୍ପଦ,ବିସ୍ତୃତ ବେଳାଭୂମି,ବିଶାଳ ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓଡ଼ିଆ ରାଜ୍ୟର ମୂଳ ସମ୍ବଳ।ଓଡ଼ିଶାକୁ କେବଳ ଦେଶର ନୁହେଁ ସମଗ୍ର ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଅଗ୍ରଣୀ ଅଞ୍ଚଳ ଭାବରେ ଗଢି ତୋଳିବା ପାଇଁ ନୂଆ ଯୋଜନା,ନୂଆ କୌଶଳ ତଥା ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି।ଏହି ବଜେଟ୍ ସେପରି ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନାହିଁ। ବୋଲି ଟ୍ୱିଟ କରି କହିଛନ୍ତି ଧର୍ମେନ୍ଦ୍ର । ସେ ଆହୁରି ମଧ୍ୟ ଲେଖିଛନ୍ତି ଗ୍ରାମୀଣ ଭିତ୍ତିଭୂମିକୁ ମଜବୁତ୍ କରି କୃଷି, କୃଷି ପ୍ରକ୍ରିୟାକରଣ, ହସ୍ତ ଓ କୁଟୀର ଶିଳ୍ପ, ବୟନ ଶିଳ୍ପ ତଥା ଗ୍ରାମୀଣ ପର୍ଯ୍ୟଟନର ବିକାଶ ମାଧ୍ୟମରେ ଓଡ଼ିଶାର ଅର୍ଥନୀତିକୁ ମଜବୁତ୍ କରିବା ଜରୁରୀ ।ମୋଦି ସରକାରଙ୍କର ପୂର୍ବଦୋୟର ବିକାଶ ପାଇଁ ପ୍ରାଥମିକତା, ଖଣି ନିଲାମୀ ମାମଲାରେ କେନ୍ଦ୍ର ସରକାରଙ୍କର ନୀତି ସୁଧାର କାରଣରୁ ରାଜ୍ୟକୁ ଲାଭ ଓ ଓଡିଶା ପାଇଁ ଅଧିକ ବ୍ୟୟବରାଦର ପ୍ରତିଫଳନ ରାଜ୍ୟ ବଜେଟରେ ପ୍ରତିଫଳିତ ହୋଇଛି ।
ଅମାପ ଖଣିଜ ସମ୍ପଦ,ବିସ୍ତୃତ ବେଳାଭୂମି,ବିଶାଳ ଜଙ୍ଗଲ ସମ୍ପଦ ତଥା ପରିଶ୍ରମୀ ଓଡ଼ିଆ ରାଜ୍ୟର ମୂଳ ସମ୍ବଳ।ଓଡ଼ିଶାକୁ କେବଳ ଦେଶର ନୁହେଁ ସମଗ୍ର ବିଶ୍ୱର ଆର୍ଥିକ ଦୃଷ୍ଟିରୁ ଅଗ୍ରଣୀ ଅଞ୍ଚଳ ଭାବରେ ଗଢି ତୋଳିବା ପାଇଁ ନୂଆ ଯୋଜନା,ନୂଆ କୌଶଳ ତଥା ନୂଆ ଆଭିମୁଖ୍ୟର ଆବଶ୍ୟକତା ରହିଛି।ଏହି ବଜେଟ୍ ସେପରି ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନାହିଁ।
— Dharmendra Pradhan (@dpradhanbjp) February 18, 2020
ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ- ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ ଅତ୍ୟନ୍ତ ନୈରାଶ୍ୟଜନକ ଓ ବଜେଟରେ କିଛି ନୂଆ ଘୋଷଣା ନାହିଁ । ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ। ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ପ୍ରୟାସ କରାଯାଇଛି । ରାଜ୍ୟ ସରକାର କୃଷି କ୍ଷେତ୍ର ପାଇଁ ୧୯୪୦୮ କୋଟି ଟଙ୍କା ଆବଂଟନ କରିଛନ୍ତି ଯାହା ପର୍ଯ୍ୟାପ୍ତ ନୁହେଁ । ଚଳିତ ବର୍ଷ କାଳିଆ ଯୋଜନାରେ ଟଙ୍କା କମାଇ ଦିଆଯାଇଛି । ଏଥିରୁ ଜଣା ପଡୁଛି ନିର୍ବାଚନକୁ ଆଖି ଆଗରେ ରଖି ସେତେବେଳେ ସରକାର କାଳିଆ ଯୋଜନା ଆରମ୍ଭ କରିଥିଲେ । ଏହା ଏକ ବଡ଼ ପ୍ରତାରଣା ବୋଲି କହିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
କଂଗ୍ରେସ ବିଧାୟକ ନରସିଂହ ମିଶ୍ର- ଶିକ୍ଷା କ୍ଷେତ୍ରରେ ଭଲ ପୁଞ୍ଜି ନିବେଶ ହୋଇନାହିଁ । ଯାହା ନୈରାଶ୍ୟ ଜନକ ଓ ଦୁଭାଗ୍ୟ ଜନକ । ଗତବର୍ଷ କୃଷି କ୍ଷେତ୍ରରେ ୩.୩୩କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଚଳିତ ବର୍ଷ ୩.୨୫ ପ୍ରତିଶତ ବ୍ୟୟ ବରାଦ କରାଯାଇଛି।