ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ କ୍ୟାପିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଥିବା ବେଳେ ଏଥିରେ ମୋଟ ୯ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହାସହ ଆସନ୍ତା ୧୮ ତାରିଖ ଦିନ ବିଧାନସଭାରେ ୨୦୨୦-୨୧ ବର୍ଷ ପାଇଁ ହେବାକୁ ଥିବା ରାଜ୍ୟର ପୂର୍ଣ୍ଣଙ୍ଗ ବଜେଟର ଚିଠାରୁ ମଧ୍ୟ ଅନୁମୋଦନ ମିଳିଛି । ଏହି ବୈଠକକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ଏଠାରେ ଉପସ୍ଥିତ ରହିଥିଲେ । ବୈଠକରେ ୨୦୨୦-୨୧ବର୍ଷରେ କେଉଁ କେଉଁ ଦିଗରେ କେତେ ଅର୍ଥ ଖର୍ଚ୍ଚ ହେବ , କେଉଁ ବିଭାଗର ଖର୍ଚ୍ଚ କଟାଯିବ ଓ କେଉଁ କେଉଁ ଦିଗ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ ସେ ସମ୍ପର୍କରେ ବିସୃତ ଆଲୋଚନା କରାଯାଇଛି ।
ସୂଚନାନୁଯାୟୀ, ୨୦୧୯-୨୦ ଆର୍ଥକ ବର୍ଷ ନିମନ୍ତେ ରାଜ୍ୟ ସରକାର ୧.୩୯ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା ବେଳେ ୨୦୨୦- ୨୧ ବର୍ଷ ନିମନ୍ତେ ୧.୫୦ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇପାରେ । ଯାହାପୂର୍ବ ବର୍ଷ ଅପେକ୍ଷା ଅଧିକ ଅଟେ । ତେବେ ଚଳିତ ବର୍ଷ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଥିବାରୁ ଏହା ରାଜ୍ୟ ସରକାରଙ୍କ ପାଇଁ ଏକ ସବୁ ଦିଗରୁ ଅନେକ ଚ୍ୟାଲେଜ ସୃଷ୍ଟି କରିପାରେ । ମୁଖ୍ୟତଃ ମନେରଗା, ପଞ୍ଚଦଶ, ଅର୍ଥକମିଶନ, ପାନୀୟ ଜଳ ପ୍ରକଳ୍ପ ଓ ରେଳ ବଜେଟ ପ୍ରମୁଖ ରହିପାରେ । ଅନ୍ୟପଟେ ରାଜ୍ୟ ସରକାର ସହରାଞ୍ଚଳ ବିକାଶ ସହ ବିଭିନ୍ନ ପର୍ଯ୍ୟଟନ ସ୍ଥଳିର ଉନ୍ନତି କରିଣ ନିମନ୍ତେ ନିଜର ଗୁରୁତ୍ୱ ଦେଖାଉଥିବାରୁ ଏହା ଉପରେ ବଜେଟର ରୂପରେଖ କଣ ରହିବ ତାହା ଉପରେ ସଭିଙ୍କର ନଜର ରହିବ ।