ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟର ଐତିହ କ୍ୟାବିନେଟ ବୈଠକ ସଂନ୍ଧ୍ୟା ୫ଟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୭ଟି ପ୍ରସ୍ତାବକୁ ଅନୁମୋଦନ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛନ୍ତି । ଓଡିଶୀ ସଂଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟାତା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏହା ସହ ଓଡିଶୀ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ପାଇଁ କେନ୍ଦ୍ରକୁ ଅନୁମୋଦନ ନିମନ୍ତେ ପ୍ରସ୍ତାବ ପାରିତ ହୋଇଛି । ସେହିପରି ପ୍ରତ୍ନତତତ୍ତ୍ୱ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶାଳ ଓ ନିର୍ଦ୍ଦେଶକ ପାଇଁ ପ୍ରସ୍ତାବ ପାଳିତ ।
ସେହିପରି ରାଜ୍ୟ ସଂଗ୍ରହାଳୟ ପାଇଁ ନିର୍ଦ୍ଦେଶାଳୟ ଓ ନିର୍ଦ୍ଦେଶକ ପାଇଁ ପ୍ରସ୍ତାବ ମଞ୍ଜୁର । ଏହାସହ ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବ । ଏଥିସହ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ ଏକାଡେମୀ ପୁରସ୍କାର ରାଶିକୁ ବୃଦ୍ଧି କରିବା ପାଇଁ କ୍ୟବିନେଟ ନିଜର ମୋର ମାରିଛି । ଅତିବଡି, କବି ସମ୍ରାଟ, ଧର୍ମପଦ, ବ୍ୟାସକବି ପୁରସ୍କାର ରାଶିକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।
ସେହିପରି ଏକାଡେମୀ ପୁରସ୍କାର ୫୦ହଜାରରୁ ୨ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସହ ଏକାଡେମୀ ସଂବର୍ଦ୍ଧନା ପୁରସ୍କାରକକୁ ୧ଲକ୍ଷଟଙ୍କାକୁ ବୃଦ୍ଧି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଖାଲି ସେତିକି ନୁହେଁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମଭୂମି ମୁଆଣ୍ଡୋର ବିକାଶ ପାଇଁ କାର୍ଯ୍ୟ କରାଯିବ । ତେବେ ସୁଆଣ୍ଡର ବିକାଶ ପାଇଁ ୧୧କୋଟି ଟଙ୍କା ବ୍ୟାୟ କରାଯିବ ।
ଶେଷ ହେଲା ଐତିହ କ୍ୟାବିନେଟ ବୈଠକ , ମିଳିଲା ୭ଟି ପ୍ରସ୍ତାବକୁ ମଞ୍ଜୁରୀ
Tags #AterNews #Odisha