ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ବେଳେ କୃଷି ବିଭାଗ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । କୃଷି କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । କୃଷି ଓ କୃଷକଙ୍କ ପାଇଁ ଏହି ବୈଂଠକରେ ଅନେକ ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ବର୍ଷ ୯୯୬୫କୋଟି ଟଙ୍କର କୃଷି ଋଣ ଜାଷୀମାନଙ୍କୁ ପ୍ରଦାନ କରାଯିବ ।
ଚାଷୀଙ୍କୁ ୟୁରିଆ ସାର ଯୋଗାଣ ପର୍ଯ୍ୟପ୍ତ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଯାବତ ୬.୧୫ଲକ୍ଷ ମେଟ୍ରିକ ଟନ ୟୁରିଆ ସାର ଆସିଥିବାରୁ ଏହାର ଅଭାବ ରହିବ ନାହିଁ । ଧାନ ସହ ଅନ୍ୟାନ ଫସଲ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହନ ଦିଆଯିବ । କୃଷି ପରାମର୍ଶ ନିମନ୍ତେ ସରକାରଙ୍କ ପକ୍ଷରୁ ନୂଆ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି । ହେଲ୍ପଲାଇନ ନମ୍ବରଟି ହେଲା ୧୫୫୩୩୩ ।
ଅନ୍ୟପଟେ କାଳିଆ ଯୋଜନାରେ ଲାଭ ପାଇବାକୁ ଆଶା ରଖିଥିବା ଚାଷୀମାନଙ୍କ ପାଇଁ ପୋର୍ଟାଲର ବ୍ୟବସ୍ଥା କରାଯାଇଛି । ପୋର୍ଟାଲରେ ଚାଷୀ ସେମାନଙ୍କ ଆବେଦନ ସ୍ଥିତି ସମ୍ପର୍କରେ ଜାଣି ପାରିବେ । ବର୍ତ୍ତମାନ ୫୫ଲକ୍ଷ ଚାଷୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ସେହିପରି ବଳରାମ ଯୋଜନାରେ ଭାଗଚାଷୀ ଓ ଭୂମିହୀନ ଚାଷୀ ଉପକୃତ ହେବେ ।
କୃଷି କ୍ୟାବିନେଟ ନିଷ୍ପତ୍ତି , ୯୯୬୫କୋଟି ଟଙ୍କାର କୃଷି ଋଣ ଚାଷୀଙ୍କୁ ଦିଆଯିବ
Tags #AtrNews #Odisha