ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିବେ । ପୂର୍ବାହ୍ନ ୧୦ଟା ସମୟରେ ଲୋକସଭା ଭବନରେ ଏହି ବୈଠକଟି ବସିବ । ଏହି ବୈଠକରେ ଯୋଗ ଦେବା ଲାଗି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।
କ୍ୟାବିନେଟ୍ର ଏଜେଣ୍ଡା ଜଣାପଡ଼ି ନଥିଲା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ କୌଣସି ମନ୍ତ୍ରୀଙ୍କୁ ମଧ୍ୟ ପ୍ରଦାନ କରାଯାଇନି। ତେବେ ସୁତ୍ର ମୁତାବକ ଆଜି ଦିନ ୯ଟା ବେଳେ ମନ୍ତ୍ରୀମାନଙ୍କୁ ଏଜେଣ୍ଡା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ତେବେ କ୍ୟାବିନେଟ୍ରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମଞ୍ଜୁରୀ ମିଳିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ଅନ୍ୟପଟେ ବିଧାନସଭା ଚାଲୁଥିବାରୁ କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କିତ କୌଣସି ତଥ୍ୟ ମଧ୍ୟ ଗଣମାଧ୍ୟମକୁ ପ୍ରଦାନ କରାଯିବନି କରାଯିବ ନାହିଁ ବୋଲି ସୂଚନା ମିଳିଛି ।